ବିଏମସିର ବିଫଳତାକୁ ବହି ଆକାରରେ ପ୍ରକାଶ କଲା ବିଜେପି : ରାସ୍ତା, ଡ୍ରେନେଜ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଲୋକଙ୍କୁ ସଚେତନ କରିବ ଦଳ

ସ୍ମାର୍ଟ ସିଟିର ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ମାଗିବ ଉତର

62

କନକ ବ୍ୟୁରୋ : ବିଏମସିର ବିଫଳତାକୁ ବହି ଆକାରରେ ପ୍ରକାଶ କଲା ବିଜେପ । ରାସ୍ତା, ଡ୍ରେନେଜ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଲୋକଙ୍କୁ ସେଚତନ କରିବ ଦଳ । ସ୍ମାର୍ଟ ସିଟିର ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ମାଗିବ ଉତର । ବିଜେପି ପକ୍ଷରୁ କୁହାଯାଇଛି ସ୍ମାର୍ଟ ସିଟିକୁ କେବଳ ଘୋଷଣାରେ ସୀମିତ । ଗଣମାଧ୍ୟମରେ ପ୍ରସାରିତ ଓ ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ବିଜେପି ପକ୍ଷରୁ ଏହି ପୁସ୍ତକ ପ୍ରକାଶ କରାଯାଇଛି । ଆସନ୍ତାକାଲି ଶ୍ୱାୟତ ଶାସନ ଦିବସ ଥିବା ବେଳେ ଏହି ବହି ମାଧ୍ୟମରେ ରାଜଧାନୀବାସୀଙ୍କୁ ସଚେତନ କରାଯିବ ।