ବ୍ରହ୍ମଗିରିରୁ ଉପାସନା ମହାପାତ୍ରଙ୍କୁ ପ୍ରାର୍ଥୀ କଲା ବିଜେପି: ଉମା-ଉପାସନା ମଧ୍ୟରେ ହେବ ଲଢେଇ 

878

କନକ ବ୍ୟୁରୋ: ବ୍ରହ୍ମଗିିରିରୁ ବିଧାନସଭା ପ୍ରାର୍ଥୀ ରହିଛନ୍ତି ଉପାସନ ମହାପାତ୍ର । ଏଥର ଲୁଲୁ ଲିଗାସିକୁ ଆଗକୁ ନେଇ ନିର୍ବାଚନ ଲଢିବେ ଉପାସନା । ବ୍ରହ୍ମଗିରି ବିଧାନସଭା ଆସନରେ ବିଧାୟକ ଥିଲେ ଉପାସନଙ୍କ ବାପା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଏଥର ଏହି ଆସନରୁ ଲଢିବେ ଉପାସନା । ବ୍ରହ୍ମଗିରି ଆସନ ସବୁ ବେଳେ ଚର୍ଚ୍ଚିତ ରହିଛି । କାରଣ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡିର ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଥିବା ରାଜନୈତିକ ପତିଆରା ଲଢେଇ ।  ଉପାସନାଙ୍କ ବାପା ଲଲାଟେନ୍ଦ୍ୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଆସନରୁ ତିନି ତିନି ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୯ ଓ ୨୦୧୪ରୁ ସେ ସଞ୍ଜୟ ଦାସ ବର୍ମାଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଲୁଲୁ ମହାପାତ୍ରଙ୍କ ପରଲୋକ ପରେ ତାଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ବିଧାନସଭା ନର୍ବାଚନରେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପି ପାର୍ଥୀ ଭାବେ ଲଢି ସଞ୍ଜୟ ଦାସ ବର୍ମାଙ୍କୁ ପରାସ୍ତ କରିଥିଲେ । ଏଥର ଉପାସନା ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି ଉମାକାନ୍ତ ସାମନ୍ତରାୟ ।

ବିଜେଡି ମଧ୍ୟ ବ୍ରହ୍ମଗିରି ଗଡକୁ ଫେରିବା ପାଇଁ ଏଥର ଭିନ୍ନ ଚାଲ ଖେଳିଛି । ସଞ୍ଜୟ ଦାସବର୍ମାଙ୍କୁ ସତ୍ୟବାଦୀ ଓ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରିରୁ ପ୍ରାର୍ଥୀ କରିଛି । ତେବେ ବ୍ରହ୍ମଗିରିରେ ଏଥର ଦୁଇ ନୂଆ ମୁହଁ ପ୍ରତିଦ୍ୱନ୍ଦ୍ୱିଙ୍କୁ ଦେଖିବାକୁ ମିଳିବ । ଏହି ମହାଲଢେଇରେ କିଏ ବାଜି ମାରିବ ତାହା ଦେଖିବା ବାକି ରହିଲା ।