ଶାହାଙ୍କ ବଦଳରେ ନଡ୍ଡା । ଫେବୃଆରୀରେ ସମ୍ଭାଳିପାରନ୍ତି ସଭାପତି ପଦ

282

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ନିଜର ନୂଆ ଅଧ୍ୟକ୍ଷ ପାଇବାକୁ ଯାଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ମାସରେ ହିଁ ଜେପି ନଡ୍ଡା (ବର୍ତମାନର କାର୍ଯ୍ୟକାରୀ ସଭାପତି)ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି । ବର୍ତମାନର ସଭାପତି ଅମିତ ଶାହାଙ୍କର ପୂର୍ବବର୍ଷ ଜାନୁଆରୀରୁ ହିଁ କାର୍ଯ୍ୟକାଳ ସରିଯାଇଥିଲା । କିନ୍ତୁ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଦଳ କୌଣସି ପ୍ରକାର ଚ୍ୟାଲେଞ୍ଜ ନେବାକୁ ଚାହୁଁନଥିଲା । ତେଣୁ ଅମିତ ଶାହା ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ତେବେ ଶାହା ଦେଶର ଗୃହମନ୍ତ୍ରୀ ଭାବେ ଶପଥ ନେବା ପରେ ଜେପି ନଡ୍ଡା ଦଳର କାର୍ଯ୍ୟକାରୀ ସଭାପତି ରୂପେ ଦାୟିତ୍ୱ ନେଇଥିଲେ । ଆଉ ବର୍ତମାନ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ନଡ୍ଡା ହିଁ ପରବର୍ତୀ ସଭାପତି ଦାୟିତ୍ୱ ସମ୍ଭାଳିବେ । ସୂତ୍ର ଅନୁସାରେ ଆସନ୍ତାମାସ ୧୯ ତାରିଖରେ ପଦଭାର ଗ୍ରହଣ କରିପାରନ୍ତି ନଡ୍ଡା ।

ଯଦି ନଡ୍ଡା ସଭାପତି ହୁଅନ୍ତି ତେବେ ବିଜେପିର ୧୧ତମ ସଭାପତି ଭାବରେ ଶପଥ ନେବେ । କେବଳ ଦେଶର ସଭାପତି ନୁହେଁ ବରଂ ଅନେକ ରାଜ୍ୟର ଭାରତୀୟ ଜନତା ପାର୍ଟିର ସଭାପତି ନିର୍ବାଚନ ବି ଚାଲିଛି । ଆଉ ଏହାରି ମଧ୍ୟରେ ସଭାପତି ପଦକୁ ନେଇ ବି ଜୋରସୋରରେ ଚାଲିଛି ଚର୍ଚ୍ଚା । ଏଠାରେ କହିରଖୁଛି କି ନଡ୍ଡା ନିଜର ଛାତ୍ର ଜୀବନରୁ ରାଜନୀତି ସହ ଜଡୀତ ଅଛନ୍ତି । ୧୯୯୩ ମସିହାରେ ପ୍ରଥମ ଥର ହିମାଚଳ ପ୍ରଦେଶରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ମନ୍ତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସାଂସଦ ହେବା ପରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । କେବଳ ଏତିକି ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଲେ । ଆଉ ସେବେଠାରୁ କେବେ ବି ଆଉ ପଛକୁ ଫେରି ଚାହିଁନାହାନ୍ତି ନଡ୍ଡା । ରାଜନୈତିକ ଯାତ୍ରାରେ ପୁଣି ଏକ ସଫଳତା ପାଇବାକୁ ଯାଉଛନ୍ତି ନଡ୍ଡା ।