କନକ ବ୍ୟୁରୋ: ଓଡ଼ିଶାରେ ୫୧ପ୍ରତିଶତ ଭୋଟ୍ ଟାର୍ଗେଟ ଉପରେ ଫୋକସ୍ କରିବାକୁ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ବୈଠକ କରିଥିଲେ । ବୈଠକରେ ହୋଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ୨୦୧୯ ଅପେକ୍ଷା ୨୦୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ହେବ ସେ ନେଇ ଆଲୋଚନା ହୋଇଛି । ୫୧ପ୍ରତିଶତ ଭୋଟ୍ ପାଇବା ଲକ୍ଷ୍ୟ ରଖାଯାଇଛି । ଏହାସହ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏବଂ ଖୁବ୍ ଶୀଘ୍ର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟକୁ ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।