ବିଜେପି କେବେ ବି କହିନାହିଁ ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଯିବ : ରାଜନାଥ ସିଂହ

Advertisment
୨୦୨୨ ସୁଦ୍ଧା ସବୁ ଲୋକଙ୍କୁ ମିଳିବ ଘର ! ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍, କହିଲେ ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ ଟ୍ୟାପ୍ ପାଣି ।

କନକ ବ୍ୟୁରୋ : ନିର୍ବାଚନକୁ ଆଉ ମାତ୍ର ୨୪ ଘଣ୍ଟାରୁ କମ ସମୟ ଥିବା ସମୟରେ ରାଜନୈତିକ ପାଣିପାଗ ମଧ୍ୟ ଉଷ୍ମ ହେବାରେ ଲାଗିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହାରେ ବିଜେପି ନିଜ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ । କାରଣ ସେହି ସମୟରେ ବିଜେପି ପକ୍ଷରୁ କୁହାଯାଇଥିଲା ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦିଆଯିବ । ହେଲେ ଏହା ସମ୍ଭବ ହୋଇନାହିଁ ବର୍ତମାନ ପର୍ଯ୍ୟନ୍ତ । ତେବେ ବିଜେପି ଚଳିତ ନିର୍ବାଚନରେ ପୁଣି ଯେଉଁ ପ୍ରତିଶୃତି ଦେଇଛି ତାହା ବି ପୂରଣ କରିବାରେ ଅସମର୍ଥ ହେବ ବୋଲି ବିରୋଧୀମାନେ କହିଛନ୍ତି ।

publive-imageତେବେ ଏପରି ସମୟରେ ମୁହିଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ସେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି କେବେ ବି ଏଭଳି ପ୍ରତିଶ୍ରୁତି ଦେଇନଥିଲା । ତେବେ କଳାଧନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା ଏବଂ ତାହା ମଧ୍ୟ କାର୍ଯ୍ୟକାରୀ ହୋଇଛି ବୋଲି ରାଜନାଥ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ବିଜେପି ସବୁବେଳେ ପ୍ରୟାସ କରେ ଆଉ ତାହା ମଧ୍ୟ ଆଗକୁ ଜାରି ରହିବ ବୋଲି ରାଜନାଥ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନତା ହିଁ ଜାଣିଛନ୍ତି ବିଜେପି କିପରି ଭାବରେ କାମ କରୁଛି । ଆଗାମୀ ଦିନରେ ଜନତା ଉଚିତ ଜବାବ ଦେବେ ବୋଲି ରାଜନାଥ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe