ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ଆକ୍ରାନ୍ତ : ନିଜେ ଟୁଇଟ୍ କରି ସୂଚନା ଦେଲେ ବୈଜୟନ୍ତ

ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ପରୀକ୍ଷା କରାଇନେବାକୁ ଦେଲେ ପରାମର୍ଶ

173

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନାରେ ଆକ୍ରାନ୍ତ । ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ବୈଜୟନ୍ତ । ଟୁଇଟରେ ସେ ଲେଖିଛନ୍ତି ଯେ, କିଛି ଲକ୍ଷଣ ଦେଖାଦେବା ପରେ ସେ ପରୀକ୍ଷା କରାଇଥିଲେ ଓ ଏଥିରେ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ଆଇସୋଲେସନରେ ଅଛନ୍ତି ।

ଏହାସହ ନିକଟରେ ତାଙ୍କ ସଂସ୍ପର୍ଶର୍ରେ ଆସିଥିବା ବ୍ୟକ୍ତିମାନଙ୍କୁ ପରୀକ୍ଷା କରାଇନେବାକୁ ବୈଜୟନ୍ତ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଜାତୀୟ ତଥା ରାଜ୍ୟର ଅନେକ ନେତା କରୋନାରେ ପଜିଟିଭ୍ ହୋଇଥିଲେ ।