ରାତିପାହିଲେ ସୁପ୍ରିମକୋର୍ଟରେ ହେବ ରଥଯାତ୍ରାର ଶୁଣାଣି । ପୂର୍ବାହ୍ନ ୧୧ଟାରେ ଶୁଣାଣି କରିବେ ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ । ସେପଟେ ଘୋଷଯାତ୍ରା ନେଇ ପିଟିସନ୍ ଦାୟର କଲେ ସମ୍ବିତ୍ ପାତ୍ର…

403

କନକ ବ୍ୟୁରୋ: ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ମହାପ୍ରଭୁଙ୍କ ରଥଯାତ୍ରାର ଶୁଣାଣି । ପୂର୍ବହ୍ନ ୧୧ଟାରେ ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ । ୩ ନମ୍ବର ଭର୍ଚୁଆ କୋର୍ଟରେ ଜଷ୍ଟିର ଏସ. ରବିନ୍ଦ୍ର ଭଟ୍ଟ ଶୁଣାଣି କରିବେ । ଭିଡିଓ କନଫରେସନ୍ ଜରିଆରେ ଜଗନ୍ନାଥଙ୍କ ରଥ ଯାତ୍ରା ମାମଲାରେ ଶୁଣାଣି କରାଯିବ । ପୂର୍ବରୁ ସର୍ବୋଚ ଅଦାଲତ ଦେଇଥିବା ରାୟର ପୁନଃବିଚାର ପାଇଁ ହୋଇଥିବା ଆବେଦନର ଶୁଣାଣି କରିବେ ଜଷ୍ଟିସ ଏସ. ରବିନ୍ଦ୍ର ଭଟ ।

ତେବେ କରୋନା କଟକଣା ଯୋଗୁଁ ରଥ ଯାତ୍ରା ବନ୍ଦ କରିବା ପାଇଁ ପୂର୍ବରୁ କୋର୍ଟ ରାୟ ଦେଇଥିଲେ । ସେହି ରାୟର ପୁନଃବିଚାର ପାଇଁ ଅନେକ ଆବେଦନ ହୋଇଥିଲା । ସେହି ଆବେଦନକୁ ଗ୍ରହଣ କରି ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ ।

ସେପଟେ ରଥଯାତ୍ରା ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପିଟିସନ  ଦାୟର କରିଛନ୍ତି । ପିଟିସନ ଦାୟର ନେଇ ଟୁଇଟରରେ ସୂଚନା ଦେଇଛନ୍ତି ସମ୍ବିତ ପାତ୍ର । ଆସନ୍ତା ୨୩ରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରଥମ ଆଦେଶର ସ୍ପଷ୍ଟୀକରଣ ଓ ସଂଶୋଧନ ନିମନ୍ତେ ଆବେଦନ ଦାଖଲ କରିଥିବା କହିଛନ୍ତି ।  । ମହାପ୍ରଭୁ ଆମର ପ୍ରାର୍ଥନା ନିଶ୍ଚିତ ଶୁଣିବେ ବୋଲି ଆଶା ରହିଥିବା ସମ୍ବିତ ପାତ୍ର ଟୁଇଟ କରି କହିଛନ୍ତି ।