ଲୋକସଭା ନିର୍ବାଚନ ପାଇଁ ବିଜେପି ଗଠନ କଲା ନିର୍ବାଚନୀ ଇସ୍ତାହାର କମିଟି । ରାଜନାଥ ସିଂହ ଅଧ୍ୟକ୍ଷ, ସୀତାରମଣ ସଂଯୋଜକ । ଜୁଏଲ ଓରାମଙ୍କୁ ଓଡିଶା ଦାୟିତ୍ୱ ।

Advertisment
ଲୋକସଭା ନିର୍ବାଚନ ପାଇଁ ବିଜେପି ଗଠନ କଲା ନିର୍ବାଚନୀ ଇସ୍ତାହାର କମିଟି । ରାଜନାଥ ସିଂହ ଅଧ୍ୟକ୍ଷ, ସୀତାରମଣ ସଂଯୋଜକ । ଜୁଏଲ ଓରାମଙ୍କୁ ଓଡିଶା ଦାୟିତ୍ୱ ।

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର କମିଟି ଘୋଷଣା କରିଛି । ଏହି କମିଟିର ଅଧ୍ୟକ୍ଷ ହେଇଛନ୍ତି ରାଜନାଥ ସିଂହ । ସେହିପରି ନିର୍ମଳା ସୀତାରମଣଙ୍କୁ ଏହି କମିଟିର ସଂଯୋଜକ ଦାୟିତ୍ୱ ମିଳିଛି ଏବଂ ପୀୟୁଷ ଗୋୟଲ ହେଇଛନ୍ତି ବିଜେପି ନିର୍ବାଚନୀ ଇସ୍ତାହାର କମିଟିର ସହ ସଂଯୋଜକ । ବିଜେପି ନିଜର ନିର୍ବାଚନୀ ଇସ୍ତାହାର କମିଟିରେ ମୋଟ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ଦେଇଛି । ଓଡିଶାରୁ ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ ଏହି କମିଟିରେ ସ୍ଥାନ ପାଇଛନ୍ତି ।

ଏହି କମିଟିରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାମିଲ କରାଯାଇଛି । ତା ସହିତ ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ସ୍ମୃତି ଇରାନୀ, ଅର୍ଜୁନରାମ ମେଘବାଲ, କିରଣ ରିଜିଜୁ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ପଟେଲ, ହେମନ୍ତ ବିଶ୍ୱଶର୍ମା, ବିଷ୍ଣୁଦେବ ସାଏ, ରବିଶଙ୍କର ପ୍ରସାଦ, ସୁଶୀଲ ମୋଦୀ, କେଶବ ପ୍ରସାଦ ମୌର୍ଯ୍ୟ, ରାଜୀବ ଚନ୍ଦ୍ରଶେଖର, ବିନୋଦ ତାୱଡେ, ରାଧାମୋହନ ଦାସ, ଓପି ଧନଖଡ, ଅନୀଲ ଆଣ୍ଟୋନି, ତାରିକ ମନସୁରଙ୍କ ଭଳି ନେତା ଏହି କମିଟିରେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe