କନକ ବ୍ୟୁରୋ: କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବନ୍ଦ ରହିଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ହେବାକୁ ଯାଉଛି । ଯେଉଁଥିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମେତ ସମସ୍ତ ରାଜ୍ୟର ପାର୍ଟି ଅଧ୍ୟକ୍ଷ ଓ ମହାସଚିବ ଭାଗ ନେବେ । ଏଥିସହିତ ଆଗାମୀ ବର୍ଷରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହେବ ।
ରବିବାର ହେବାକୁ ଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ୧୦୦ କୋଟି ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ । ଏହା ସହିତ ଏହି ବୈଠକରେ ପ୍ରଥମେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଅଭିଭାଷଣ ରଖିବେ ବୋଲି ସୂଚନା ମିଳିଛି । ତେବେ ବିଜେପିର ଏହା ପ୍ରଥମ ହ୍ରାଇବ୍ରିଡ୍ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି । କରୋନା କଟକଣାକୁ ଆଖି ଆଗରେ ରଖି ଏହି ବୈଠକ ବସିବ । ଏଥିରେ ବିଭିନ୍ନ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ସହିତ ରାଜ୍ୟର ନେତା, ରାଜ୍ୟ ସଭାପତି ଓ ମହାସଚିବ ସାମିଲ ହେବେ । ବୈଠକର ସମାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣ ରଖିବେ ।
ଆସନ୍ତାବର୍ଷ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଞ୍ଜାବ ୨୦୨୨ରେ ବିଧାନସଭା ନିର୍ବାଚନ ଦେଖିବେ । ଏହାକୁ ଆଖି ଆଗରେ ରଖି ଦଳ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିବ । ଏହି ସବୁ ରାଜ୍ୟ ଭିତରୁ କେବଳ ପଞ୍ଜାବରେ ଦଳର ସରକାର ନାହିଁ । ତେଣୁ ଏଠାରେ କିପରି ଦଳ ଭଲ ପ୍ରଦର୍ଶନ କରିବା ସହିତ ସରକାର ଗଠନ କରିବ ସେନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/bjp.jpg)