ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ । ଉପନିର୍ବାଚନ ଫଳାଫଳର ସମୀକ୍ଷା ଓ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ଦଳ ।
କନକ ବ୍ୟୁରୋ : ଦିଲ୍ଲୀରେ ଆଜି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଆସନ୍ତା ବର୍ଷ ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମାନସମନ୍ଥନ କରାଯିବ । ଏଥିସହ ଉପନିର୍ବାଚନରେ ବିଜେପିର ଖଟ୍ଟା ମିଠା ଫଳାଫଳକୁ ନେଇ ସମୀକ୍ଷା କରିବ ଦଳ । ଦିଲ୍ଲୀର ଏନଡିଏମସି କନଭେନସନ୍ ସେଣ୍ଟରରେ ହେବାକୁ ଥିବା ବୈଠକରେ ପ୍ରଧାନମନ୍ତ୍ରୀ ଓ ୧୨୪ ଜଣ ସଦସ୍ୟ ସାମିଲ ହେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀଙ୍କ ସମେତ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପରିବହନ ମନ୍ତ୍ରୀ ନୀତିନ ଗଡକରି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକରେ ଯୋଗ ଦେବେ । ଏଥିସହ ୩୬ ରାଜ୍ୟର ପଦାଧିକାରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭର୍ଚୁଆଲ ଜରିଆରେ ସାମିଲ ହେବେ ।
କରୋନା ଦୃଷ୍ଟିକୋଣକୁ ଆଖିରେ ରଖି ଭର୍ଚୁଆଲ ବୈଠକ କରିବାକୁ ନିଷ୍ପତି ନିଆଯାଇଛି । ବୈଠକ ସକାଳ ୧୦ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହେବ ବୋଲି ସୂଚନା ମିଳିଛି । ଦୁଇ ଦିନ ତଳେ ପ୍ରକାଶିତ ଉପନିର୍ବାଚନରେ ବିଜେପିକୁ ମିଶ୍ରିତ ଫଳାଫଳ ମିଳିଛି । ଆସାମ, ମଧ୍ୟପ୍ରଦେଶରେ ଦଳ ଭଲ କରିଥିଲେ ମଧ୍ୟ, ହିମାଚଳପ୍ରଦେଶ ଓ ପଶ୍ଚିମବଙ୍ଗର ପରାଜୟ ଦଳକୁ ଆତ୍ମଚିନ୍ତନ କରିବାକୁ ବାଧ୍ୟ କରିବ । ସେପଟେ ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ଥିବାରୁ, ନିର୍ବାଚନ ରଣନୀତି ସମେତ ବିଭିନ୍ନ ଏଜେଣ୍ଡା ଉପରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।