ସଂସଦରେ ଶୁଭିଲା ମୋଦି ମୋଦି ନାରା । ୩ ରାଜ୍ୟରେ ବିଜୟକୁ ନେଇ ଉତ୍ସାହିତ ବିଜେପି ସଂସଦ, ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ… ।

91

କନକ ବ୍ୟୁରୋ : ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଶାସକ ଦଳ ଉତ୍ସାହିତ । ଗୃହ ଭିତରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଆଉ ନାରା ଦେଇଛନ୍ତି ତୃତୀୟ ଥର ମୋଦୀ ସରକାର, ବାରମ୍ବାର ମୋଦୀ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକାଠି ବସିଥିବା ବେଳେ ଏଭଳି ନାରା ଦେଇଛନ୍ତି ବିଜେପି ସଦସ୍ୟ ।
ଗତକାଲି ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନିଜ ଦବଦବା ଜାହିର ରଖିଛି । କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ଼ ଖସିଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ହିଁ ୨୪ରେ ହ୍ୟାଟ୍ରିକ ପାଇଁ ସଂକେତ ।

ଏହାସହ ଆଜି ସଂସଦ ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି. ଗତକାଲି ୪ ରାଜ୍ୟରୁ ଆସିଥିବା ଫଳାଫଳ ବେଶ ଉତ୍ସାହଜନକ । ଦେଶ ନକରାତ୍ମକକୁ ପ୍ରତ୍ୟାଖାନ କରିଛି । ଏହି ଅଧିବେଶନରେ ପରାଜୟର ରାଗ ସୁଝାଇବା ପରିବର୍ତ୍ତେ ସକାରାତ୍ମକ ଦିଗରେ ଆଗରେ ବଢନ୍ତୁ । ଯାହାଦ୍ୱାରା ଲୋକଙ୍କର ବିରୋଧୀଙ୍କ ପ୍ରତି ଥିବା ଦୃଷ୍ଟିକୋଣ ବଦଳିବ । ଯାହାଦ୍ୱାରା ସେମାନଙ୍କ ପାଇଁ ନୂଆ ଅଧ୍ୟାୟ ଖୋଲିବ । ଏହି ଅଧିବେଶନରେ ସକରାତ୍ମକ ଚିନ୍ତାଧାରା ସହ ଆସନ୍ତୁ । ଶାସକ ଦଳ ଯଦି ୧୦ ପାଦ ଆଗକୁ ବଢୁଛି, ତେବେ ବିରୋଧୀ ୧୨ ପାଦ ଆଗକୁ ବଢାନ୍ତୁ । ନିର୍ବାଚନ ଫଳାଫଳର ରାଗ ଗୃହ ଭିତରକୁ ନ ଆଣନ୍ତୁ ।