କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡର ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯେଉଁ ଭିଡ଼ିଓରେ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ଗାଡି ଚଢାଇ ନିଆଯାଉଥିବାର ଦେଖିବାକୁ ମିଳିଛି । ଆଉ ଏହି ଭିଡ଼ିଓକୁ ନେଇ ଯୋଗୀ ସରକାରକୁ ଅଡୁଆରେ ପକାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଉକ୍ତ ଭିଡ଼ିଓରେ ଚାଷୀଙ୍କ ଉପରେ ଗାଡି ମଡାଇ ନେଉଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବରୁଣ । କେବଳ ବରୁଣ ନୁହଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ପିଲିଭିତରୁ ସାଂସଦ ଥିବା ବରୁଣ ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରି ଲେଖିଛନ୍ତି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ଭିଡ଼ିଓ ଯେ କୌଣସି ବ୍ୟକ୍ତିର ହୃଦୟକୁ ଥରାଇ ଦେବ । ତେଣୁ ପୋଲିସ ତୁରନ୍ତ ଗାଡି ବାବଦରେ ତଥ୍ୟ ସଂଗ୍ରହ କରିବା ସହ ଗାଡିର ମାଲିକ ଓ ଏଥିରେ ବସିଥିବା ବ୍ୟକ୍ତିଙ୍କୁ ଗିରଫ କରୁ । ଏହାପୂର୍ବରୁ ଲକ୍ଷ୍ମୀପୁର ହିଂସାକାଣ୍ଡକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ ବରୁଣ ଗାନ୍ଧୀ । ପୂରା ଘଟଣାର ସିବିଆଇ ଯାଞ୍ଚ କରାଯିବା ଉଚିତ ବୋଲି ଦାବି କରିଥିଲେ ବରୁଣ ।
लखीमपुर खीरी में किसानों को गाड़ियों से जानबूझकर कुचलने का यह वीडियो किसी की भी आत्मा को झखझोर देगा।
पुलिस इस वीडियो का संज्ञान लेकर इन गाड़ियों के मालिकों, इनमें बैठे लोगों, और इस प्रकरण में संलिप्त अन्य व्यक्तियों को चिन्हित कर तत्काल गिरफ्तार करे।
#LakhimpurKheri@dgpuppic.twitter.com/YmDZhUZ9xq
— Varun Gandhi (@varungandhi80) October 5, 2021
ସେହିଭଳି କେଜ୍ରିୱାଲ କହିଛନ୍ତି, ଏହି ଭିଡ଼ିଓ ଆଇନ ବ୍ୟବସ୍ଥାକୁ ଲଜ୍ଜିତ କଲା ଭଳି । ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯାହା ଫଳରେ ଚାଷୀଙ୍କୁ ନ୍ୟାୟ ମିଳିବ ।
ये वास्तव में ह्रदय विदारक है। ये तस्वीरें कानून और सिस्टम को शर्मसार कर देने वाली हैं। जो भी लोग दोषी हों उनके ख़िलाफ़ सख़्त से सख़्त कार्रवाई होनी चाहिए ताकि किसान परिवारों को न्याय मिल सके। https://t.co/RTutRWRizy
— Arvind Kejriwal (@ArvindKejriwal) October 5, 2021
ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ ଉତ୍ତରପ୍ରଦେଶ ଆସୁଥିବା ବେଳେ ତାଙ୍କୁ ବିମାନବନ୍ଦରରେ ରୋକାଯାଇଛି । ଭୂପେଶ କହିଛନ୍ତି, ଉତ୍ତରପ୍ରଦେଶ ଗସ୍ତରେ ଆସି ମୁଁ କଂଗ୍ରେସ କାର୍ଯ୍ୟାଳୟ ଯାଇଥାନ୍ତି । ଦଳୀୟ ନେତାଙ୍କୁ ଦେଖା କରିବା ପରେ ସୀତାପୁର ଯାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥାନ୍ତେ । କିନ୍ତୁ ତାଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ରୋକାଯାଇଛି । ଏନେଇ ଭୂପେଶ କହିଛନ୍ତି, ଲକ୍ଷ୍ମୀପୁର ଖେରିରେ ୧୪୪ ଧାରା ଲାଗିଛି, କିନ୍ତୁ ମୋତେ ବିମାନବନ୍ଦରରେ କାହିଁକି ରୋକାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।
"I came to Lucknow to proceed to meet Priyanka Gandhi ji at Sitapur. But I am not being allowed to leave the airport, says Chhattisgarh CM and Congress leader Bhupesh Baghel pic.twitter.com/0xBubvHVxm
— ANI UP (@ANINewsUP) October 5, 2021