ଆରବିଆଇ ଗଭର୍ଣ୍ଣର ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ୱାମୀ

ଆଇବିଆଇ ଗଭର୍ଣ୍ଣର ବଦଳିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

296

କନକ ବ୍ୟୁରୋ : ଆଇବିଆଇ ଗଭର୍ଣ୍ଣର ବଦଳିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ଶ୍ରା ସ୍ୱାମୀ କହିଛନ୍ତି ଯେ, ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର ଗଭର୍ଣ୍ଣର କରିବା ଭଲ କଥା । ଏହାସହ ସେ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ,ସେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସହ ଭ୍ରଷ୍ଟ ଗତିବିଧିରେ କାମ କରିଛନ୍ତି । ଏପରିକି ତାଙ୍କୁ ବିଭିନ୍ନ ସମୟରେ ଅଦାଲତରୁ ଖସିବା ପାଇଁ ସାହାଯ୍ୟ ମଧ୍ୟ କରିଛନ୍ତି । ତେଣୁ ଏପରି ସମୟରେ ପ୍ରଧାନମନ୍ତ୍ରୀଙ୍କ ଅବଗତ କରିବା ପାଇଁ ଚେଷ୍ଟା କରିଛି ।

 

କେବଳ ଚେଷ୍ଟା କରିନାହିଁ ବରଂ ମୋଦୀଙ୍କୁ ପତ୍ର ଲେଖିଛି ବୋଲି ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି । ଆଇବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା ପରେ ଶକ୍ତିକାନ୍ତଙ୍କୁ ଆରବିଆଇର ୨୫ତମ ଗଭର୍ଣ୍ଣର ଭାବରେ ଅବସ୍ଥାପିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଶକ୍ତିକାନ୍ତ ତାମିଲନାଡୁର ୧୯୮୦ ବ୍ୟାଚର ଆଇଏଏସ ଅଫିସର । ପୂର୍ବରୁ ସେ ତାମିଲନାଡୁ ଓ କେନ୍ଦ୍ର ଉଭୟଙ୍କ ସରକାରରେ ଅନେକ କାମ କରିଛନ୍ତି ।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମୋଦି ସରକାର ଯେଉଁ ସମୟରେ ବିମୁଦ୍ରାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ କେନ୍ଦ୍ର ସରକାରଙ୍କୁ ବା ମୋଦି ସରକାରଙ୍କୁ ଶକ୍ତିକାନ୍ତ ଅନେକ ସାହାଯ୍ୟ କରିଥିବା ଜଣାପଡିଛି । ହେଲେ ବାରମ୍ବାର ଏପରି ଭାବରେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିବା କାରଣରୁ ଅନେକ ଗଭର୍ଣ୍ଣର ନିଜ ସମୟସୀମା ପୂର୍ବରୁ ଇସ୍ତଫା ଦେଉଥିବା ଚର୍ଚ୍ଚା ଜୋର ଧରିଛି ।