ମମତାଙ୍କୁ ନେଇ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ ! କହିଲେ , ମମତା ବାନାର୍ଜୀ ହିରଣ୍ୟ କଶ୍ୟପଙ୍କ ବଂଶଜରୁ ନୁହଁନ୍ତି ତ?

524

ପଶ୍ଚିମବଙ୍ଗରେ ତୃଣମୁଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବଢୁଥିବା ଆକ୍ରୋଶ କମିବାର ନାଁ ନେଉନାହିଁ । ପଶ୍ଚିମବଙ୍ଗର ଲୋକସଭା ନିର୍ବାଚନରେ ଟିଏମସିର ବଡ ବିଫଳ ପରେ କଂଗ୍ରେସର କଟା ଘା’ରେ ଚୂନ ଦେବା ପାଇଁ ବିଜେପି ଜୟ ଶ୍ରୀରାମ ଲେଖାଥିବା ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ବିଜେପି ସାଂସଦ ସାକ୍ଷୀ ମହାରାଜ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହିରଣ୍ୟ କଶ୍ୟପଙ୍କ ବଂଶଜ ବୋଲି କହିଛନ୍ତି ।

ହରିଦ୍ୱାରରେ ସାକ୍ଷୀ ମହାରାଜ୍ କହିଥିଲେ ଯେ ଜୟ ଶ୍ରୀରାମ କହିଲେ ଜେଲ୍ ପଠାଇବାକୁ ଧମକ ଦେଉଛନ୍ତି ସେ କେବଳ ହିରଣ୍ୟ କଶ୍ୟପଙ୍କ ହିଁ ବଂଶଜ ହୋଇପାରିବେ । ତେବେ ବଙ୍ଗଳାରେ ମମତା ମଧ୍ୟ କିଛି ଏଭଳି ହିଁ କଥା କହିଛନ୍ତି । ଜୟ ଶ୍ରୀରାମ କହିବାକୁ ନେଇ ସେ ଜେଲ୍ ପଠାଇବା ଭଳି ଯାତନା ଦେଉଛନ୍ତି । ସାକ୍ଷୀ ମହାରାଜ୍ କହିଥିଲେ , ମମତାଙ୍କ ଶାସନ ଅଲଗାବବାଦ୍ ଠାରୁ କମ୍ ନାହିଁ । ଏହା ବଙ୍ଗାଳୀ ଯନ୍ତ୍ରଣା ଯାହାକୁ ମମତାଙ୍କୁ ଭୋଗିବାକୁ ହିଁ ପଡିବ । ବିଧାନସଭା ନିର୍ବାଚନରେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ସରକାର ହେବ ।