ବିଜେପି କାର୍ଯ୍ୟାଳୟରେ ବିଗିଡ଼ିଲା ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସ୍ୱାସ୍ଥ୍ୟବସ୍ଥା : ଘରେ ଚାଲିଛି ଚିକିତ୍ସା 

309

ଅଚାନକ ବିଗିଡ଼ିଲା ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସ୍ୱାସ୍ଥ୍ୟବସ୍ଥା । ଭୋପାଲ୍ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଡାକ୍ତର ଶ୍ୟାମାପ୍ରସାଦ ମୁଖର୍ଜୀ ପୂଣ୍ୟତିଥି ପ୍ରଦର୍ଶନୀ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ସାଂସଦ । ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ସେଠାରୁ ତାଙ୍କୁ ଡିସଚାର୍ଜ କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ଲକଡାଉନ୍ ଆରମ୍ଭରୁ ହିଁ ପ୍ରଜ୍ଞା ସିଂହ ଠାକୁରଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା ଏବଂ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲିଥିଲା । ଅନଲକ୍ ଆରମ୍ଭ ହେବା ପରେ ସେ ଭୋପାଲ୍ ଫେରିଆସିଥିଲେ । କାର୍ଯ୍ୟକ୍ରମରେ ପହଁଚିବାର କିଛି ସମୟପରେ ତାଙ୍କ ଦେହ ଅଚାନକ ଖରାପ ହୋଇଗଲା । ଏହାପରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ହସ୍ପିଟାଲ୍ ନିଆଗଲା ।

ବର୍ତ୍ତମାନ ସାଂସଦଙ୍କ ସହ ଏକ ଡାକ୍ତରୀଦଳ ତାଙ୍କ ଘରେ ଉପସ୍ଥିତ ଅଛନ୍ତି ଏବଂ ସେଠାରେ ତାଙ୍କ ଆଖିର ଚିକିତ୍ସା ଚାଲିଛି । ଯେଉଁଥିପାଇଁ ତାଙ୍କୁ ହାଇଡୋଜ୍ ମେଡିସିନ୍ ମଧ୍ୟ ଖାଇବାକୁ ପଡୁଛି ।