Zee News
ପଶ୍ଚିମବଙ୍ଗରେ ଶାରଦା ଚିଟଫଣ୍ଡ ଘୋଟାଲାକୁ ନେଇ ସିବିଆଇ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରିଆକ୍ସନ୍ ପରେ ଆରମ୍ଭ ହୋଇଥିବା ଡ୍ରାମା ଏବେ ଶୀତଳ ପଡିଥିବା ବେଳେ ଏହି ବିଷୟକୁ ନେଇ ତୃଣମୂଳ କଂଗ୍ରେସ ଏବଂ ବିଜେପି ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ବଳବତ୍ତର ରହିଛି । ଏଭଳି ସ୍ଥିତିରେ ବଲିଉଡ୍ ଅଭିନେତା ତଥା ବିଜେପି ସାଂସଦ ପରେଶ୍ ରାୱଲଙ୍କ ଗୋଟିଏ ଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଟ୍ୱିଟ୍ ରେ ସେ ଏକ ଫର୍ମୁଲା ଦେଇଛନ୍ତି ଯେଉଁଥିରେ ଲେଖାଯାଇଛି ଯେ ମୋଦି/ଦିଦି = ମୋଦି , ହିସାବ ବରାବର ।
ଅହମ୍ମଦାବାଦରୁ ବିଜେପି ସାଂସଦ ପରେଶ୍ ରାୱଲ ଏହି ସନ୍ଦେଶକୁ ଗଣିତ ଫର୍ମୁଲା ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଯେତେବେଳେ ମୋଦି ଏବଂ ଦିଦିଙ୍କ ଭିତରେ ସାମ୍ନାସାମ୍ନି ହେବ ସେତେବେଳେ ଦିଦି କୁଆଡେ ଉଭାନ ହୋଇଯିବେ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଏହି ଟ୍ୱିଟ୍ କୁ ୨୩୦୦ ୟୁଜର୍ସ ରିଟ୍ୱିଟ୍ କରି ସାରିଛନ୍ତି ଏବଂ ୯୭୦୦ ଲାଇକ୍ ଦେଇଛନ୍ତି ।
Follow Us
/kanak/media/post_attachments/wp-content/uploads/2019/02/599023-paresh-rawal-300x171.jpg)