କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ : ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଜଣାଇଲେ ଦାବି

89

କନକ ବ୍ୟୁରୋ : ରାଜ୍ୟକୁ ଅଧିକ ସାର ଯୋଗାଣ ଦାବି କରି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଏହାସହ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବା ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି । ଖରିଫ ଚାଷ ପାଇଁ ରାଜ୍ୟକୁ କମ ସାର ଯୋଗାଇ ଦିଆଯାଇଥିବା ଯୋଗୁୁଁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆଯିବାକୁ ଦାବି କରାଯାଇଛି ।

ସାର ଅଭାବ ନେଇ କେନ୍ଦ୍ର ସାର ଓ ରାସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସାର ଯୋଗାଣ ନେଇ ମନସୁଖ ମାଣ୍ଡଭ୍ୟାଙ୍କୁ ଲେଖିଛନ୍ତି ଚିଠି । ମେ, ଜୁନ୍ ଓ ଜୁଲାଇ ମାସରେ ରାଜ୍ୟକୁ କମ ସାର ଯୋଗାଣ ହୋଇଥିବା ଚିଠିରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟକୁ ଖରିଫ ଋତୁ ସମୟରେ ମାତ୍ର ୧ ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ ଟନ୍ ସାର ମିଳିଛି ।

ଆବଶ୍ୟକ ଚାହିଦାର ମାତ୍ର ୬୨ ପ୍ରତିଶତ ୟୁରିଆ କେନ୍ଦ୍ର ଦେଇଛି । ଅନ୍ୟ ସାର ମାତ୍ର ୬୦ରୁ ୭୪ ପ୍ରତିଶତ ମିଳିଥିବା ଚିଠିରେ ଉଲ୍ଲେଖ ରହିଛି । ବାତ୍ୟା ୟାସ ପାଇଁ ରାଜ୍ୟର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଉତ୍ପାଦନ ବଢ଼ାଇବା ପାଇଁ ଚାଷୀଙ୍କୁ ସାରର ଆବଶ୍ୟକ ରହିଛି । କମ୍ ସାର ଯୋଗାଣ ଚାଷ ଓ ଚାଷୀଙ୍କ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଚିଠିରେ ଲେଖିଛନ୍ତି ନବୀନ ।