କନକ ବ୍ୟୁରୋ: ଦିଲ୍ଲୀ ପାଇଁ ଭୋଟ୍ ସରିବା ପରେ ଏବେ କିଏ ଦଖଲ କରିବ ଦିଲ୍ଲୀ ସେନେଇ ସାମ୍ନାକୁ ଆସିଛି ସର୍ଭେ ରିପୋର୍ଟ । ଆଉ ଏହି ବୁଥ୍ ବାହୁଡ଼ା ମତ ନେଇ କେଉଁ ଦଳରେ ଖୁସି ଆଉ କେଉଁ ଦଳରେ ଉଦାସୀ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ବିଭିନ୍ନ ଏଗଜିଟ୍ ପୋଲ୍ କେଜ୍ରିୱାଲଙ୍କୁ ପୁଣି ଦିଲ୍ଲୀ କମାଣ ଧରାଇବାକୁ କହୁଥିବାବେଳେ ବିଜେପି ସାଂସଦ ମନୋଜ ତିୱାରୀ କରିଛନ୍ତି ଭିବଷ୍ୟବାଣୀ ।
ये सभी एग्ज़िट पोल होंगे fail..
मेरी ये ट्वीट सम्भाल के रखियेगा..
भाजपा दिल्ली में ४८ सीट ले कर सरकार बनायेगी .. कृपया EVM को दोष देने का अभी से बहाना ना ढूँढे..🙏— Manoj Tiwari (@ManojTiwariMP) February 8, 2020
ମନୋଜ କହିଛନ୍ତି କି, ସବୁ ସର୍ଭେ ରିପୋର୍ଟ ପୂରା ଭୁଲ ପ୍ରମାଣିତ ହେବ ଆଉ ଆଉ ବିଜେପି ୭୦ ଆସନରୁ ୪୮ଟି ଆସନ ଅକ୍ତିଆର କରି ସରକାର ଗଢ଼ିବ । ଏପରିକି ଟ୍ୱିଟ୍ ତୀର ମାରି ମନୋଜ କହିଛନ୍ତି କି, ତାଙ୍କ ଟ୍ୱିଟ୍ କୁ ସମ୍ଭାଳିକ ରଖନ୍ତୁ ଏବଂ ଏହି ଟ୍ୱିଟ୍ କୁ ମନେ ରଖି ଦୟାକରି ଫଳାଫଳ ପୂର୍ବରୁ ଇଭିଏମ୍ କୁ ଦୋଷ ଦେବା ବାହାନା ନଖୋଜନ୍ତୁ ବୋଲି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ।
ସେପଟେ ବିଭିନ୍ନ ବୁଥ୍ ବାହୁଡ଼ା ମତ କହୁଛି, ପୁଣି ଦିଲ୍ଲୀରେ ସରକାର ଗଢିପାରେ ଆମ୍ ଆଦମୀ ପାର୍ଟି । ପୁଣି ଆସିପାରେ କେଜ୍ରିୱାଲ ସରକାର । ବିଧାନସଭା ନିର୍ବାଚନ ସରିବା ପରେ ଆସିଥିବା ଏଗଜିଟ୍ ପୋଲରେ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ନିଜ ନିଜ ବୁଥ୍ ବାହୁଡା ମତରେ ଆମ୍ ଆଦମୀ ପାର୍ଟିକୁ ଆଗରେ ରଖିଛନ୍ତି । ଆଉ ବିଜେପିକୁ ପୁଣି ବନବାସ ଯିବାକୁ ପଡ଼ିପାରେ ବୋଲି ବୁଥ୍ ବାହୁଡ଼ା ମତ କହୁଛି ।