କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ଆକଳନ କରାଯାଉଛି କି, ମାର୍ଚ୍ଚ ୬ ତାରିଖରେ ବିଜେପି ନିର୍ବାଚନୀ ବୈଠକ ବସିବା ପରେ ୧୫୦ ରୁ ଅଧିକ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ହେଲେ ଏହା ମଧ୍ୟରେ ଜଣଙ୍କ ପରେ ଜଣେ ବିଜେପି ସାଂସଦ ସିଧା ସଳଖ ରାଜନୀତିରୁ ସନ୍ୟାସ ନେଉଥିବା କଥା ଘୋଷଣା କରୁଛନ୍ତ ିା ଶନିବାର ଦିନ ପ୍ରଥମେ ପୂର୍ବତନ କ୍ରିକେଟର ତଥା ଦିଲ୍ଲୀରୁ ସାଂସଦ ଥିବା ଗୌତମ ଗମ୍ଭୀର ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ । ତାଙ୍କୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ ବୋଲି ସେ ଏକ ପତ୍ର ଲେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ ।
ସେପଟେ ଗୌତମ ଗମ୍ଭୀରଙ୍କ ପରେ ଏବେ ଯଶୋବନ୍ତ ସିହ୍ନାଙ୍କ ପୁଅ ତଥା ବିଜେପି ସାଂସଦ ଜୟନ୍ତ ସିହ୍ନା ମଧ୍ୟ ରାଜନୀତିରୁ ସନ୍ୟାସ ନେଉଥିବା କଥା ଘୋଷଣା କରିଛନ୍ତି । ଜୟନ ସିହ୍ନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ଆଗରୁ ଜୟନ୍ତ ସିହ୍ନା ହେଉଛନ୍ତି ଦ୍ୱିତୀୟ ସାଂସଦ ଯେ କି, ରାଜନୀତିରୁ ସନ୍ୟାସ ନେବା କଥା ଘୋଣୋ କରିଛନ୍ତି । ଜୟନ୍ତ ସିହ୍ନା ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ (ରାଜ୍ୟ) ଭାବେ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ ପୁଅ ।
ଏଠି କଥା ଉଠୁଛି ଯେ ଏମାନେ ସାଂସଦ ଥାଇ ପୁଣି ନିର୍ବାଚନ ଲଢିବାକୁ କାହିଁକି ଭୟ କଲେ । ପ୍ରଥମତଃ ସୂତ୍ର ସୂଚନା ମୁତାବକ ଦିଲ୍ଲୀରେ ବିଜେପିର ଥିବା ୭ ଜଣ ସାଂସଦଙ୍କ ମଧ୍ୟରୁ ୫ ଜଣଙ୍କର ଟିକେଟ କଟୁଛି । ଏହି ସ୍ଥାନରେ ୫ ଜଣ ନୂଆ ଚେହେରାକୁ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇବ । ନିଜର ଟିକେଟ କଟୁଥିବା ଅନୁମାନ କରି ଗୌତମ ଗମ୍ଭୀର ରାଜନୀତିରୁ ସନ୍ୟାସ ନେଉଥିବା କଥା ମଧ୍ୟ ବିରୋଧୀ ମହଲରେ ଆଲୋଚନା ହେଉଛି ।
ସେହିଭଳି ଜୟନ୍ତ ସିହ୍ନା ଝାଡଖଣ୍ଡର ହଜାରିବାଗ ଲୋକସଭା ଆସନରେ ଏବେ ସାଂସଦ ଅଛନ୍ତି । ଏହା ତାଙ୍କର ଜନ୍ମସ୍ଥାନ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଗୋପାଳ ପ୍ରସାଦ ସାହୁଙ୍କୁ ବହୁ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଜୟନ୍ତ ସିହ୍ନାଙ୍କୁ ୭ ଲକ୍ଷରୁ ଅଧିକ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଗୋପାଳ ସାହୁଙ୍କୁ ମାତ୍ର ୨.୫ ଲକ୍ଷ ଭୋଟ ମିଳିଥିଲା । ଏତେ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବି ଜୟନ୍ତ କାହିଁକି ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କଲେ ତାହା ଉପରେ ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Capture-2.jpg)