ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପାଇଁ ବଢିଲା ଅଡୁଆ । ଡ୍ରଗ୍ସ କଣ୍ଟୋଲରଙ୍କୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ । ତୁରନ୍ତ ନିଅ କାର୍ଯ୍ୟାନୁଷ୍ଠାନ

393

କନକ ବ୍ୟୁରୋ : ଦିଲ୍ଲୀର ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ପାଇଁ ବଢିଲା ଅଡୁଆ । କରୋନା କାଳରେ ଔଷଧ ବାଣ୍ଟିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ସେ ଖେଳାଳୀ ହୁଅନ୍ତୁ ବା ନେତା । ଯେତେବେଳେ ସାରା ଦେଶରେ ଫାବିଫ୍ଲୁ ଭଳି ମେଡିସିନର ଘୋର ଅଭାବ ସେତେବେଳେ ସେ କେଉଁଠୁ ଏତେ ମେଡିସିନ ଆଣି ବାଣ୍ଟୁଥିଲେ   ।

ଦିଲ୍ଲୀ ହାଇକୋର୍ଟ ଡ୍ରଗ୍ସ କଣ୍ଟୋଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ଏହି ମାମଲାରେ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ମାମଲାର ଶୁଣାଣି ବେଳେ ମେ ୧୭ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ ଗମ୍ଭୀରଙ୍କୁ ପଚାରିଥିଲେ କି କରୋନାର ଦ୍ୱିତୀୟ ଲହରି ଆରମ୍ଭରୁ କୋଭିଡ ମେଡିସିନର ଅଭାବ ଦେଖାଦେଇଥିଲା । ସାଧାରଣ ଲୋକଙ୍କୁ ମେଡିସିନ୍ ମିଳୁ ନଥିବା ବେଳେ ତୁମକୁ ଏତେ ପରିମାଣର ମେଡିସିନ୍ କେଉଁଠାରେ ମିଳିଥିଲା । କୋର୍ଟ ସଫା ସଫା କହିଥିଲେ କି ନେତାମାନଙ୍କୁ ଏଭଳି ଜମାଖୋରୀ କରିବା ଅନୁଚିତ । ଯଦି ଏଭଳି ଭାବେ ଲୋକମାନଙ୍କର ସେବା କରିବାକୁ ଚାହୁଁଛନ୍ତି ତେବେ ଔଷଧ କିଣି ଡିଜିଏଚସିକୁ ଦେବା ଦରକାର ଓ ଡିଜିଏଚସି ଏହାକୁ ଆବଶ୍ୟକ ଥିବା ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବ ।

ଏନେଇ ଦିଲ୍ଲୀ ସରକାର କୋର୍ଟକୁ କହିଥିଲେ କି ଆମେ ଅତ୍ୟାବଶ୍ୟକ ଔଷଧକୁ ସିଜ୍ କରୁଛି । ଏହା ଉପରେ କୋର୍ଟ କହିଥିଲେ କି କୋର୍ଟ ସିଜ୍ କରିବାକୁ କହିନାହିଁ , ଏହା ସାଧାରଣ ଓ ଆଇନଗତ ପ୍ରକ୍ରିୟା , ସିଜ୍ କରିବା କାମ ପୋଲିସର । ଏହାସହ କୋର୍ଟ କହିଥିଲେ କି ଆପଣଙ୍କ ନେତା ସହ ଅନ୍ୟ ରାଜନୈତିକ ଦଳର ନେତାମାନଙ୍କୁ କୁହନ୍ତୁ କି ସେମାନେ ଠିକ୍ ଢଙ୍ଗରେ କାମ କରନ୍ତୁ ।