ବିଜେପିର ୧୦ ଜଣ ସାଂସଦଙ୍କ ଇସ୍ତଫା :  ଲୋକସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି

150

ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରୀତି ପାଠକ, ଅରୁଣ ସାଓ, ଗୋମତି ସାଇ , ଦିୟା କୁମାରୀ ଏବଂ କିରୋଣି  ଲାଲ ମୀନା ବୁଧବାର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ବିଜେପି ମୋଟ ୨୧  ସାଂସଦଙ୍କୁ ବିଧାୟକ ଭାବେ ଲଢିବା ପାଇଁ ସ୍ଥିର କରି ଟିକେଟ ଦେଇଥିଲା । ସେଥିମଧ୍ୟରୁ ୧୨ ଜଣ ବିଜୟ ଲାଭ  କରିଛନ୍ତି ଏବଂ ବାକି ୯ ଜଣ ସାଂସଦ ନିର୍ବାଚନରେ ​​ପରାଜୟ ବରଣ କରିଛନ୍ତି ।

ବାବା ବାଲାକ ନାଥ ଏବଂ ରେଣୁକା ସିଂ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । କାରଣ ସେ ଦୁଇଜଣ ଆଜି ଲୋକସଭାକୁ ଆସିନାହାଁନ୍ତି । ଏହି ଦୁଇ ସାଂସଦ ମଧ୍ୟ ଖୁବ ଶୀଘ୍ର ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବେ। ବିଧାନସଭା  ନିର୍ବାଚନରେ ​​ନିଜର ସାଂସଦମାନଙ୍କୁ ଟିକେଟ ଦେଇ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​​ଏବଂ ବିଜେପିର ଏହି ଯୋଜନା ସଫଳ ହେଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ବୈଠକରେ ବିଜେପି ସଭାପତି ଜେପି ନାଡା ଏହି ସାଂସଦମାନଙ୍କ ପ୍ରତିନିଧିତ୍ୱ କରିଥିଲେ । ବିଧାନସଭା ନିର୍ବାଚନରେ ​​ଜିତିଥିବା ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନାଡାଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି ।