କନକ ବ୍ୟୁରୋ : ଭାରତର ପୂର୍ବତ୍ତନ କ୍ରିକେଟର ତଥା ଭାରତୀୟ ଜନତାପାର୍ଟିର ସାଂସଦ ଗୌତମ ଗମ୍ଭୀରଙ୍କୁ ଗତକାଲି ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ତରଫରୁ ହତ୍ୟା ଧମକ ମିଳିଥିଲା । ଗୌତମ ଗମ୍ଭୀରଙ୍କ ଅଭିଯୋଗ ଅନଯାୟୀ, ଆଇଏସଆଇଏସ କାଶ୍ମୀରରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ହତ୍ୟା ଧମକ ଉପରୁ ପରଦା ହଟିଛି । କାଶ୍ମୀରରୁ ନୁହେଁ ଗୌତମ ଗମ୍ବୀରଙ୍କ ପାଖକୁ ପାକିସ୍ତାନରୁ ଆସିଥିଲା ଦୁଇଟି ମେଲ୍ । ଯେଉଁଥିଲେ ଗୌତମ ଗମ୍ବୀରଙ୍କୁ ହତ୍ୟା ଧମକ ଦିଆଯାଇଥିଲା ।
ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କର ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ଦିଲ୍ଲୀ ପୋଲିସ ଏହି ମାମଲାକୁ ନେଇ ତଦନ୍ତ ଆରମ୍ବ କରିଦେଇଥିଲା । ଏହି ମେଲ ନେଇ ଗୁଗୁଲକୁ ଏକ ରିପୋର୍ଟ ମଗାଯାଇଥିଲା । ଆଉ ରିପୋର୍ଟରୁ ଯାହା ସମ୍ନାକୁ ଆସିଲା ତାହା ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ଗୁଗୁଲ ରିପୋର୍ଟ ଅନୁଯାୟୀ, ଗମ୍ବୀରଙ୍କୁ ମିଲିଥିବା ହତ୍ୟା ଧମକ ମେଲ ପାକିସ୍ତାନରୁ ଆସିଥିଲା । ଆଇପି ଆଡ୍ରେସ ବି ପାକିସ୍ତାନର ଥିବା ଜଣାପଡିଛି । ଏହି ପୂରା ମାମଲାର ତଦନ୍ତ ଦିଲ୍ଲୀ ପୋଲିସ କରୁଛି । ଏହାସହିତ ଅନ୍ୟ ଏଜେନ୍ସି ବି ଏହି ମାମଲା ଉପରେ ନଜର ରଖିଛନ୍ତି ।
ମଙ୍ଗଳବାର ରାତିରେ ଗମ୍ଭୀରଙ୍କ ନିକଟକୁ ଏକ ମେଲ ଆସିଥିଲା । ଯେଉଁଥିରେ ତାଙ୍କୁ ହତ୍ୟା କରାଯିବା କଥା କୁହାଯାଇଥିଲା । ପରେ ବୁଧବାର ଦିନ ପୁଣି ଏକ ମେଲ ଆସିଥିଲା, ଯେଉଁଥିରେ ଲେଖାଥିଲା, କାଲି ତୁମକୁ ମାରିବାକୁ ଚାହୁଁଥିଲୁ କିନ୍ତୁ ତୁମେ ବଞ୍ଚିଗଲ । କାଶ୍ମୀର ଠାରୁ ଦୂରରେ ରୁହ । ଏହି ଧମକ ମିଳିବା ପରେ ଗମ୍ଭୀରଙ୍କ ସିକ୍ୟୁରିଟିକୁ କଡାକଡି କରିଦିଆଯାଇଥାଲା ।
ଗମ୍ଭୀରଙ୍କୁ ପାକିସ୍ତାନରୁ ଆସିଥିଲା ହତ୍ୟା ଧମକ । ଜାଣନ୍ତୁ, କେମିତି ଜାଣିଲା ପୋଲିସ...
/kanak/media/post_attachments/wp-content/uploads/2021/11/24-28.jpg)