୧୭ ତମ ଲୋକସଭା ପାଇଁ ବିଜେପିର ସାଂସଦ ଡା. ବିରେନ୍ଦ୍ର କୁମାରଙ୍କୁ ପ୍ରୋଟେମ୍ ସ୍ପିକର୍ ତଥା କାମଚଳା ବାଚସ୍ପତି ରୁପେ ଚୟନ କରାଯାଇଛି । ଏହା ପୂର୍ବରୁ ଲୋକସଭାର ପ୍ରୋଟେମ୍ ସ୍ପିକର୍ ପାଇଁ ବରେଲୀ ସାଂସଦ ସନ୍ତୋଷ ଗଙ୍ଗୱାର୍ ଏବଂ ସୁଲତାନପୁର ସାଂସଦ ମେନେକା ଗାନ୍ଧୀଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ ବିଜେପି ନେତୃତ୍ୱ ଏହି ଦୁଇ ନାଁକୁ ଖାରଜ କରିଦେଇଥିଲା । ବାଲ୍ୟକାଳରୁ ଆରଏସଏସ୍ ସହ ଜଡିତ ଥିବା ମଧ୍ୟପ୍ରଦେଶର ବିରେନ୍ଦ୍ର କୁମାର ଟିକମଗଢରୁ ୬ ଥର ଲୋକସଭା ସଦସ୍ୟ ଏବଂ ବିଜେପିର ଦଳିତ ଚେହେରା ରହିଆସିଛନ୍ତି । ତେବେ ନୂଆ ଲୋକ ସଭାର କାମଚଳା ବାଚସ୍ପତି ଭାବେ ବିଜେପି ସାଂସଦ ବୀରେନ୍ଦ୍ର କୁମାର ସୋମବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିିତିରେ ସେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ କାମଚଳା ବାଚସ୍ପତି କରିବାକୁ ନିଷ୍ପତ୍ତି ହୋଇଥିଲା।

Advertisment

publive-image

ସେ ନିଜ ସଚ୍ଚୋଟତା ପାଇଁ ଲୋକପ୍ରିୟ ହୋଇପାରିଛନ୍ତି । ସେ ସହରକୁ ଯିବା ସମୟରେ ମଧ୍ୟ ଲିଫ୍ଟ ନେଇ ଯାଉଥିବା ଫଟୋ ଦେଖିବାକୁ ମିଳିଥାଏ । ତାଙ୍କର ଜଣେ ସହଯୋଗୀଙ୍କ କହିବାନୁସାରେ, ବିରେନ୍ଦ୍ର ଦିଲ୍ଲୀ ଯେତେବେଳେ ବି ଆସନ୍ତି ସାଧାରଣ ବ୍ୟକ୍ତି ଭଳି ଷ୍ଟେସନରେ ଓହ୍ଲାଇ ଘରକୁ ଯିବା ପାଇଁ ଅଟୋ-ରିକ୍ସା ନେଇଥାନ୍ତି ।

କିଏ ଏହି ବିରେନ୍ଦ୍ର କୁମାର ?

ଫେବୃୟାରୀ ୨୭ ତାରିଖ ୧୯୫୪ ରେ ଜନ୍ମ ହୋଇଥିବା ବିରେନ୍ଦ୍ର କୁମାର ୧୯୯୬ ରେ ୧୧ ତମ ଲୋକସଭା ସିଟରେ ସାଗରରୁ ପ୍ରଥମଥର ପାଇଁ ସାଂସଦ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଦେଖିନଥିଲେ । ୨୦୦୯ ରୁ ୧୪ ଭିତରେ ଟିକମଗଢ ଲୋକସଭା ସିଟ୍ ରୁ ସେ ନିର୍ବାଚନ ଜିତିଥିଲେ ।