କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମାରାଥନ ପ୍ରଚାର ଜାରି ରଖିଛନ୍ତି । ରାଉରକେଲା ପରେ ଏବେ ଦେବଗଡରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିଛନ୍ତି । ତେବେ ଏହି ଭିକେ ପାଣ୍ଡିଆନ ବି ଜନତାଙ୍କୁ ସମ୍ବୋଧନ କରିଥିଲେ । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ସମଲେଇ ପ୍ରକଳ୍ପକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ।

ପାଣ୍ଡିଆନ କହିଛନ୍ତି, ମା’ ସମଲେଇଙ୍କ କାମ ଆରମ୍ଭ ହେବାକୁ ଥିବା ବେଳେ ଏଠାକାର ବିଜେପି ଏମପି ପ୍ରାର୍ଥୀ ଲାଗି ପଡି ସମଲେଇ ମନ୍ଦିର କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । କିଛି ଲୋକଙ୍କୁ ନେଇ ସୁପ୍ରିମକୋର୍ଟରେ କେସ କରିଥିଲେ । ଆଉ ବିଜେଡିର ଏମପି ପ୍ରାର୍ଥି ପ୍ରଣବ ପ୍ରକାଶ ଦାସ ଦିନ ରାତି ଲାଗି ସମଲେଇଙ୍କ କାମକୁ ଶେଷ କରିଥିଲେ ।

ପାଣ୍ଡିଆନ୍ ଆହୁରି କହିଛନ୍ତି, ବିଜେପି ୨୦୧୪ରେ କହିଲା ସରକାରକୁ ଆସିଲେ ଦରଦାମ କମ କରିଦେବୁ, ତେଲ ଦର କମ କରିଦେବୁ, ଏଲପିଜି ସିଲିଣ୍ଡର ଦାମ କମ କରିଦେବୁ, ପୁଣି କହିଲେ ଧାନ କିଣା ଦାମକୁ ଦୁଇଗୁଣା କରିବୁ । ହେଲେ କିଛି ହେଲାନି । ଯାହାବି ପ୍ରତିଶୃତି ଦେଇଛି ବିଜେପି କିଛି ବି ପୂରଣ କରିନି । ଏଠାରେ ଯିଏ ବିଜେପିର ଏମପି ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ଗୋଟେ ଗୋଟେ ଦସ୍ତଖତରେ ସିଲିଣ୍ଡରର ଦାମ ବଢାଇ ଚାଲିଲେ । କେବଳ ବଡ ବଡ କମ୍ପାନୀଙ୍କୁ ଲାଭ ଦେବା ପାଇଁ । ଆଉ ଏବେ ଆସିକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।