କନକ ବ୍ୟୁରୋ: କଟକ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ୩ ହେଭିୱେଟ । ବିଜେଡି ପ୍ରାର୍ଥୀ ଭର୍ତୃହରି ମହତାବ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ନାମାଙ୍କନ କରିଥିଲେ । ୧୧୯୮ ମସିହାରୁ ସେ କଟକ ଲୋକସଭା ଆସନରୁ ଲଗାତାର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଗତଥର ସେ ଏଠାରେ ବଡ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ଏଥର ମଧ୍ୟ ବିଜେଡି ତାଙ୍କ ଉପରେ ଆସ୍ଥାପ୍ରକଟ କରି ଟିକେଟ ଦେଇଛି ।
କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି କର୍ମକର୍ତା ଙ୍କ ସହ ରାଲିରେ ସେ ଆଜି ପ୍ରାର୍ଥୀପତ୍ର ଭରିଥିଲେ । ବରିଷ୍ଠ ଆଇପିଏସ ପ୍ରକାଶ ମିଶ୍ର ଗତ କିଛିଦିନ ତଳେ ବିଜେପିରେ ମିଶିବା ପରେ କଟକ ଲୋକସଭା ପାଇଁ ଦଳ ତାଙ୍କୁ ଟିକେଟ ଦେଇଛି ।
ସେହିପରି କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ପଂଚାନନ କାନୁନଗୋ । ସେ ଗତ ଜାନୁଆରୀରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହା ପରେ କଟକରୁ ତାଙ୍କୁ ଟିକେଟ ଦେଇଛି କଂଗ୍ରେସ । ଗତଥର ଏଠାରୁ କଂଗ୍ରେସ ଅପରାଜିତା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ସେ ତୃତୀୟ ସ୍ଥାନରେ ଥିଲେ ।
ସେହିପରି କଟକ-ଚୌଦ୍ୱାର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌଭିକ ବିଶ୍ୱାଳ । ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
କଟକ ସଦର ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଚନ୍ଦ୍ର ସାରଥୀ ବେହେରା । ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେପଟେ, ବାଲେଶ୍ୱର ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଅନନ୍ତ ଦାସ ଆଜି ନାମାଙ୍କନ ଭରିଛନ୍ତି । ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ ତାଙ୍କ ସମର୍ଥକମାନଙ୍କ ଗହଣରେ ଆସି ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Sequence-1-01205715.jpg)
/kanak/media/post_attachments/wp-content/uploads/2019/04/Screen-shot-2019-04-03-at-2.06.12-PM-300x224.png)
/kanak/media/post_attachments/wp-content/uploads/2019/04/Screen-shot-2019-04-03-at-2.06.41-PM-300x154.png)
/kanak/media/post_attachments/wp-content/uploads/2019/04/Screen-shot-2019-04-03-at-2.29.23-PM-300x155.png)
/kanak/media/post_attachments/wp-content/uploads/2019/04/Screen-shot-2019-04-03-at-2.08.01-PM-300x221.png)
/kanak/media/post_attachments/wp-content/uploads/2019/04/ananta-bls-300x169-300x169.jpg)
/kanak/media/post_attachments/wp-content/uploads/2019/04/dkl-300x169-300x169.jpg)
/kanak/media/post_attachments/wp-content/uploads/2019/04/atanu-300x169-300x169.jpg)