କନକ ବ୍ୟୁରୋ: ମୁରାଦାବାଦ ଆସନରୁ ବିଜେପି ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କର ଶନିବାର ହୃଦଘାତରେ ପରଲୋକ ଘଟିଛି । ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ଏବଂ ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । କୁହାଯାଉଛି ଯେ ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା । ଏବଂ ଭୋଟ୍ ଦେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
କୁଅଁର ସର୍ବେଶ ସିଂହ ୨୨ ଡିସେମ୍ବର ୧୯୫୨ରେ ୟୁପିର ରତୁପୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବୃତିରେ ବ୍ୟବସାୟୀ ଥିଲେ ମଧ୍ୟ ସର୍ବେଶ ସିଂହ କମ୍ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୯୧ରୁ ୨୦୦୭ ଏବଂ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ୟୁପିର ଠାକୁରଦ୍ୱାର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୫ ଥର ବିଧାୟକ ହୋଇଥିଲେ । କୁହାଯାଉଛି ଯେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନେକ ଥର ଖରାପ ହୋଇଯାଇଥିଲା । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ରହିଛି । ତାଙ୍କ ବାପାଙ୍କ ଟ୍ରଷ୍ଟ ଜରିଆରେ ଅନେକ କଲେଜ, ସ୍କୁଲ ଏବଂ ଚାଷ ଜମି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/6-26.jpg)