କନକ ବ୍ୟୁରୋ: କଟକରେ ଚାଲିଲା ମୋଦି ମ୍ୟାଜିକ୍ । ଲୋକସଭା ଲଢେଇରେ ବିଜେପିର ବଡ ବିଜୟ । ବିଜେଡିକୁ ହରାଇ ବାଜିମାତ୍ କଲା ଭାରତୀୟ ଜନତା ପାର୍ଟି । ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ଆଗରେ ଉଧେଇ ପାରିଲେନି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ।
ଲୋକସଭା ଆସନରେ ଭର୍ତ୍ତୃହରି ୫୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ବେଳେ ରାଜନୀତିରେ ନବାଗତ ସଂତୃପ୍ତ ମିଶ୍ର ଶେଷରେ ପରାଜୟ ବରଣ କରିଛନ୍ତି ।
କଟକ ଆସନରେ ଲଗାତାର ବିଜେଡି ବିଜୟୀ ହୋଇ ଆସୁଥିବା ବେଳେ ଏଥର ପ୍ରଥର ଥର ପାଇଁ ବିଜୟୀ ହୋଇଛି ବିଜେପି । ଯେଉଁ ଭର୍ତ୍ତୃହରି ମହତାବ ବିଜେଡିକୁ ବିଜୟର ସ୍ୱାଦ ଚଖାଉଥିଲେ ଆଜି ସେହି ପ୍ରାର୍ଥୀ ହିଁ ବିଜେଡି ପରାଜୟର ବଡ କାରକ ସାଜିଛନ୍ତି । ବିଜେଡି ଛାଡି ଭର୍ତ୍ତୃହରି ବିଜେପି ଆସିବା ପରେ ତାଙ୍କୁ ଦଳ ଟିକେଟ୍ ଦେଇଥିଲା ଆଉ ୨୦୨୪ ମୈଦାନରେ ବିଜେପିକୁ ବହୁମତ ମିଳିଛି ।
ନବାଗତ ଭାବେ ରାଜନୀତିରେ ପ୍ରବେଶ କରିଥିବା ସଂତୃପ୍ତ ମିଶ୍ର ବ୍ୟାଟ୍ସମ୍ୟାନର ଉଦାହରଣ ଦେଇ ଭର୍ତ୍ତୃହରିଙ୍କୁ କଟାକ୍ଷ କରିଥିଲେ । କିନ୍ତୁ ଜନାଦେଶ ଶେଷରେ ବିଜେପିକୁ ଯାଇଛି ।