କେନ୍ଦ୍ରାପଡା ଲୋକସଭା ଲଢେଇ: ପ୍ରଥମ ଥର ପାଇଁ ଫୁଟିଲା ‘ପଦ୍ମ’ । ୫ ବର୍ଷ ପରେ ପୁଣି ବିଜୟର ସ୍ୱାଦ ଚାଖିଲେ ବୈଜୟନ୍ତ ।

949

କନକ ବ୍ୟୁରୋ: କେନ୍ଦ୍ରାପଡା ଲୋକସଭାରେ କମାଲ୍ କଲା ବିଜେପି । ବିଜେଡି ଗଡରେ ପ୍ରଥମ ଥର ପାଇଁ ଫୁଟିଲା ଫୁଲ । ଚାଲିଲା ମୋଦି ଲହର । ଜିତିଲେ ବୈଜୟନ୍ତ ପଣ୍ଡା । ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇ ବଡ ବିଜୟ ହାସଲ କଲେ ବୈଜୟନ୍ତ । ପ୍ରାୟ ୬୬ ହଜାରରୁ ଅଧିକ ଭୋଟରେ ଅଂଶୁମାନଙ୍କୁ ହରାଇଲେ ବୈଜୟନ୍ତ ।

ତେବେ ବିଜୟ ସହ ବୈଜୟନ୍ତ କେନ୍ଦ୍ରାପଡାରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୧୪ରେ ବୈଜୟନ୍ତ କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡିରୁ ଜିତିଥିବା ବେଳେ ୨୦୧୯ରେ ଦଳ ବଦଳାଇ ବିଜେପି ଯାଇଥିଲେ ଆଉ ବିଜେଡିରୁ ଅନୁଭବ ମହାନ୍ତିଙ୍କ ସହ ଲଢେଇ କରିଥିଲେ । ୨୦୧୯ରେ ବୈଜୟନ୍ତ ଅନୁଭବଙ୍କ ଠାରୁ ବଡ ପରାଜୟ ବରଣ କରିଥିଲେ ।

ଆଉ ୨୦୨୪ରେ ପୁଣି କେନ୍ଦ୍ରାପଡାରେ କମବ୍ୟାକ୍ କରିଛନ୍ତି ବୈଜୟନ୍ତ । ଏଥିସହ ୫ ବର୍ଷ ପରେ ପୁଣି କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତ ନିଜର ବିଜୟ ଧାରା ବଜାୟ ରଖିଥିବା ବେଳେ ପ୍ରଥମ ଥର ପାଇଁ ପଦ୍ମ ଫୁଟିଛି ଆଉ ବିଜେପି ଜିତିଛି ।