କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଗକୁ ଆହୁରି ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । ଆଉ ଏସବୁ ଭିତରେ ଅସଦୁଦ୍ଦିନ ଓୱେସିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ନେତା । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେସରଗଞ୍ଜରୁ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ  କହିଛନ୍ତି, ଅସଦୁଦ୍ଦିନ ହେଉଛନ୍ତି ମୋର ପୁରୁଣା ବନ୍ଧୁ, ସେ ଜଣେ କ୍ଷତ୍ରିୟ । ଏହାଛଡା ଓୱେସି ଇରାନ ବଂଶୋଦ୍ଭବ ନୁହଁନ୍ତି ବରଂ ଭଗବାନ ଶ୍ରୀରାମଙ୍କର ବଂଶଜ ।

Advertisment

publive-imageନିଜ ପୁଅ ପାଇଁ ପ୍ରଚାର ସମୟରେ ଜନସଭାରେ ଏଭଳି କହିଛନ୍ତି ବ୍ରିଜଭୂଷଣ । ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ମୋଦୀ ସରକାରଙ୍କ ସଫଳତା ବଖାଣିଛନ୍ତି । ବ୍ରିଜଭୂଷଣ କହିଛନ୍ତି, ଓୱେସିଙ୍କ ଝଗଡା ଅଖିଳେଶଙ୍କ ସହ ଚାଲିଛି । କାରଣ ଅଖିଳେଶ ମୁସଲିମ ସମ୍ପ୍ରଦାୟର ଭୋଟ ଚାହୁଁଛନ୍ତି । ମୁସଲିମ ସମ୍ପଦ୍ରାୟର ନେତୃତ୍ୱ କିଏ ନେବ ସେଥିପାଇଁ ଅଖିଳେଶ ଓ ଓୱେସିଙ୍କ ଭିତରେ  ଝଗଡା ହେଉଛି । କିନ୍ତୁ ଅଖିଳେଶ ମୁସଲିମ ନେତାଙ୍କ ସହ ବସିବାକୁ ମଧ୍ୟ ଚାହୁଁନାହାନ୍ତି ।

ଏହାସହ ବ୍ରିଜଭୂଷଣ କହିଛନ୍ତି, ଅଖିଳେଶ ଏକ ନମ୍ବର ଧୋକାବାଜ । ଅଖିଳେଶ ନିଜର ବାପା, ଦାଦା ସମସ୍ତଙ୍କୁ ଧୋକା ଦେଇଛନ୍ତି । ଧୋକା ଦେବା ତାଙ୍କର କାମ । ଏବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମଧ୍ୟ ଅଖିଳେଶ ଧୋକା ଦେଇଛନ୍ତି । ସ୍ୱାମୀ ପ୍ରସାଦଙ୍କୁ ୨୦ରୁ ୩୦ ଆସନ ଦେବାକୁ ପ୍ରତିଶ୍ରୁତି ଦେଇ ଦଳକୁ ନିଆଯାଇଥିଲା । କିନ୍ତୁ ପ୍ରତିଶ୍ରୁତି ମୁତାବକ ତାଙ୍କୁ କିଛି ମିଳିଲା ନାହିଁ ।