ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି: କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି

416

କନକ ବ୍ୟୁରୋ: ବିଜେପି ସାଂସଦ ଭର୍ତ୍ତୃହରି ମହତାବ ୧୮ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବେ । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି । ସେ ସଂସଦରେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ । ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏଁ ଗୃହର ଦାୟିତ୍ୱ ତୁଲାଇବେ ଭର୍ତ୍ତୃହରି । କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବ ୭ଥର ଲୋକସଭାକୁ ନିର୍ବାଚିତ ହୋଇସାରିଲେଣି । ୨୦୨୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କୁ ୫୭ ହଜାର ୭୭ ଭୋଟରେ ପରାସ୍ତ କରିଥିଲେ ।