କନକ ବ୍ୟୁରୋ : ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ମୁହଁରେ ଫାଇଭ୍-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ,ପାଣ୍ଡିଆନଙ୍କ ପ୍ରଶଂସା । ଏକଥା ଶୁଣିଲାବେଳକୁ ଆପଣଙ୍କୁ ଟିକିଏ ଅଡୁଆ ଲାଗୁଥାଇପାରେ । କିନ୍ତୁ ଏହା ସତ । ଗତକାଲି କଳାହାଣ୍ଡିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଲକ୍ଷ୍ମୀ ବସ୍ ଯୋଜନାର ଉଦଘାଟନି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ବସନ୍ତ ପଣ୍ଡା ଭି.କେ. ପାଣ୍ଡିଆନଙ୍କୁ ପ୍ରଶଂସା କରିଥିଲେ । ଯୋଗଦାନ ପାଇଁ ତାଙ୍କୁ ଧନ୍ୟବାଦ କରିଥିଲେ । ବିରୋଧୀ ଦଳର ସାଂସଦ ପାଣ୍ଡିଆନଙ୍କୁ ଏଭଳି ପ୍ରଶଂସା କରିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଚର୍ଚ୍ଚାର ବିଷୟ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/11/204f4c2cd75378efea54bb5452ad1b5ac4592db3-rs-img-preview.jpg)