ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା : ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ହେରିଟେଜ ୱାକ୍ କଲେ ଅପରାଜିତା

୧୯୫୮ ଆମସାର୍ ଆଇନ୍ ଅଧିନରେ ବିକାଶ କାମ ପାଇଁ କରିଆସୁଛନ୍ତି ଦାବି

131

କନକ ବ୍ୟୁରୋ : ଅପରାଜିତାଙ୍କ ହେରିଟେଜ୍ ୱାକ୍ । ଐତିହ୍ୟ ଓ କିର୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦଙ୍କ ପଦଯାତ୍ରା । ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ଏହି ପଦଯାତ୍ରା କରାଯାଉଛି । ୧୯୫୮ ଆମସାର୍ ଆଇନ୍ ଅଧିନରେ ଏକାମ୍ର କ୍ଷେତ୍ରର ବିକାଶ କାମ ପାଇଁ ଦାବି କରି ଆସୁଛନ୍ତି ଅପରାଜିତା । ପୂର୍ବରୁ ବାଏ-ଲକୁ ନେଇ ଭିନ୍ନମତ ପୋଷଣ କରିଆସିଛନ୍ତି ଅପରାଜିତା ଷଡଙ୍ଗୀ, ଯାହାକୁ ନେଇ ବିବାଦ ବି ସୃଷ୍ଟି ହୋଇସାରିଛି ।

ଆମସାର୍ ଆଇନ ଅନୁସାରେ ବିକାଶ ପାଇଁ ଅପରାଜିତା କହୁଥିବା ବେଳେ ବିଜେଡି କିନ୍ତୁ ମନ୍ଦିର ଚତୁଃପାର୍ଶ୍ବରେ ଜବରଦଖଲ ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ କରିଆସୁଛି । ଶୁକସାରୀ ଓ ଅନ୍ୟ ମନ୍ଦିରର ଖନନ ଦ୍ୱାରା କେମିତି ପ୍ରାଚୀନ କିର୍ତିରାଜି ସବୁକୁ ନଷ୍ଟ କରାଯାଉଛି, ସେ ସମ୍ପର୍କରେ ବି ଅପରାଜିତା ପୂର୍ବରୁ ସିରିଜ୍ ଟୁଇଟ୍ କରିସାରିଛନ୍ତି । ଆଉ ଆଜି ପଦଯାତ୍ରା ସହିତ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ସେ ଚିନ୍ତିତ ବୋଲି ଏକ ବାର୍ତ୍ତା ଦେଇଛନ୍ତି ।