କେନ୍ଦ୍ରାପଡ଼ାକୁ ଫେରିଲେ ସାଂସଦ ଅନୁଭବ ମହାନ୍ତି : କହିଲେ, ଦୀର୍ଘ ଚାରି ବର୍ଷ ଧରି ଫ୍ୟାମିଲି ଫିଲ୍ମ ଦେଖୁଛନ୍ତି; ଏଥର ରଜରେ ଦେଖିବେ ଅସଲି ଫିଲ୍ମ
କନକ ବ୍ୟୁରୋ : କେନ୍ଦ୍ରାପଡାକୁ ଫେରିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ କୁଆଡେ ଗଲେ ତାକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରାପଡା ଯାଇଛନ୍ତି ସାଂସଦ । ଆଉ ବିଜେଡି ନେତାଙ୍କ ସହ ଏକାଠୀ ବସି ଆଲୋଚନା କରିଛନ୍ତି । କେନ୍ଦ୍ରାପଡାରେ ଏକ ଏକ ପାର୍କ, ଶ୍ମଶାନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସାଂସଦ ।

Kanak News is now on WhatsApp
Join and get latest news updates delivered to you via WhatsApp
ତାଙ୍କ ସହ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରାଙ୍କ ସହ ଅନ୍ୟାନ୍ୟ ବିଜେଡି ନେତା ମଧ୍ୟ ଉପସ୍ଥିତ ଥିଲେ । ସବୁଠୁ ବଡ କଥା ହେଉଛି ପ୍ରତିକ୍ରିୟା ରଖି ଅନୁଭବ କହିଛନ୍ତି, ଦିର୍ଘ ୪ ବର୍ଷ ଧରି ମୋ ଫ୍ୟାମିଲି ଫିଲ୍ମ ଦେଖୁଛନ୍ତି । ଏଥର ରଜରେ ଅସଲି ଫିଲ୍ମ ଦେଖିବେ । ତେବେ ଅନୁଭବଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ହେଉଛି । ଏଥର ରଜରେ ଅନୁଭବଙ୍କ ଫିଲ୍ମ ନମେସ୍ତ ଲଣ୍ଡନ ରିଲିଜ ହେବାର ଅଛି । ଯାହାର ଟ୍ରେଲର ନିଟକରେ ରିଲିଜ ହୋଇଛି ।