ବାଚସ୍ପତିଙ୍କ ଉପରେ ଜୋତା ଫିଙ୍ଗିବା ଘଟଣା : ୩ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ଧାରଣା, ଆଜି ବିଧାୟକ ଦଳର ସମ୍ବାଦିକ ସମ୍ମିଳନୀ

184
କନକ ବ୍ୟୁରୋ : ବାଚସ୍ପତିଙ୍କ ଉପରେ ଜୋତା ଫିଙ୍ଗିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ୩ ବିଧାୟକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ସଦସ୍ୟମାନେ ଧାରଣା ଦେଇଛନ୍ତି । ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତୀ ତଳେ ସାରା ରାତି ବିଜେପି ବିଧାୟକମାନେ ଧାରଣା ଦେଇଛନ୍ତି ।
ବିଧାୟକଙ୍କ ପ୍ରତିବାଦକୁ ଦେଇ ବାଚସ୍ପତି ଆସି ବୁଝାସୁଝା କରିବା ପରେ ମଧ୍ୟ ବିଜେପି ସମସ୍ୟମାନେ ସେଭଳି ଧାରଣା ଜାରି ରଖିଥିଲେ । ଆଉ ଏହାରି ଭିତରେ ଆଜି ଏହି ପ୍ରସଙ୍ଗରେ ବିଜେପି ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଗୃହରେ ବିନା କୌଣସି ଆଲୋଚନାରେ ଶାସକ ଦଳ ବିଲ୍ ପାସ କରୁଥିବା ଅଭିଯୋଗ କରି ଉଦ୍କ୍ଷିପ୍ତ ହୋଇ ଉଠିଥିଲେ ବିଜେପି ଦଳର ସମସ୍ୟ । ଆଉ ଏହାପରେ ବାଚସ୍ପତିଙ୍କ ଉପରକୁ ଯୋତା, ଇଅର ଫୋନ, ଡଷ୍ଟବିନ ପେପର ଫୋପଡିଥିଲେ । ବିରୋଧୀ ବିଧାୟକଙ୍କ ଏହି ଅଶୋଭନୀୟ ଆଚରଣ ହେବା ଦେଖିବା ବାଚସ୍ପତିଙ୍କୁ ସୁରକ୍ଷା ଯୋଗାଇଦେବାକୁ ଆଗେଇ ଆସିଥିଲେ ସୁରକ୍ଷାକର୍ମୀ । ଆଉ ଏଥିପାଇଁ ବାଚସ୍ପତି ୩ ବିଧାୟକଙ୍କୁ ନିଲମ୍ବିତ କରିଥିଲେ ।