କନକ ବ୍ୟୁରୋ : ତେଲେଙ୍ଗାନାରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୮ଟି ଆସନ ମିଳିଛି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ଶପଥ ନେଇସାରିଛନ୍ତି । ଆଜି ତେଲେଙ୍ଗାନା ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବାର ଥିଲା । ଅନ୍ୟ ସମସ୍ତ ଦଳର ବିଧାୟକମାନେ ଶପଥ ନେଇଥିଲେ ବି ବିଜେପିର ୮ ଜଣ ଯାକ ବିଧାୟକ ଶପଥ ନେଇ ନାହାଁନ୍ତି । ଏହାର କାରଣ ଭାବେ ଏଆଇଏମଆଇଏମର ବିଧାୟକ ଅକବରୁଦ୍ଦିନ ଓୱେସୀଙ୍କ କଥା କୁହାଯାଉଛି । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ପରେ ଏଆଇଏମଆଇଏମର ବିଧାୟକ ତଥା ଅସଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନଙ୍କୁ ପ୍ରୋଟମ ସ୍ପିକର ଭାବେ ନିଯୁକ୍ତ କରାଯାଇଛି । ଏହାକୁ ବିରୋଧ କରି ବିଜେପି ବିଧାୟକମାନେ ଶପଥ ନେଇ ନାହାଁନ୍ତି ।

Advertisment

ଏହି ମାମଲା ଉପରେ ତେଲେଙ୍ଗାନା ବିଜେପିର ମହାସଚିବ ଗୁଜ୍ଜଲା ପ୍ରେମେନ୍ଦ୍ର ରେଡ୍ଡୀ କହିଛନ୍ତି କି, ଅକବରୁଦ୍ଦିନ ଓୱେସୀଙ୍କୁ ପ୍ରୋଟମ ସ୍ପିକଟ କରାଯାଇଥିବାରୁ ଆମେ ଶପଥ ନେଇନାହୁଁ । ବରିଷ୍ଠ ବିଧାୟକମାନଙ୍କୁ ଅଣଦେଖା କରି ଅକବରୁଦ୍ଦିନଙ୍କୁ ଅସ୍ଥାୟୀ ବାଚସ୍ପତି କରାଯାଇଛି । ଏହା କଂଗ୍ରେସ ତାର ନିଜ ସ୍ୱାର୍ଥ ଉର୍ଦ୍ଦେଶ୍ୟରେ କରିଛି ବୋଲି ବିଜେପି ଅଭିଯୋଗ କରିଛି ।

ଗୋଶାମହଲର ବିଜେପି ବିଧାୟକ ଟି ରାଜା ସିଂ କହିଛନ୍ତି କି, କଂଗ୍ରେସ ଏବେ ବିଆରଏସ ରାସ୍ତାରେ ଚାଲିବା ଆରମ୍ଭ କରିଛି । ୨୦୧୮ରେ ବିଆରଏସ ସରକାର ଗଠନ କରିଥିଲେ ବି ଅଳ୍ପସଂଖ୍ୟକଙ୍କୁ ସନ୍ତୋଷ୍ଟ କରିବାକୁ ଅକବରୁଦ୍ଦିନଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥିଲା ।