ମଧ୍ୟପ୍ରଦେଶ ଗାଡିର ନମ୍ବର ପ୍ଲେଟରେ ଚୌକିଦାର ଲେଖିବା ଜଣେ ବିଧାୟକଙ୍କ ପାଇଁ ମହଙ୍ଗା ପଡିଛି । ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ରାମ ଦଗୋରେଙ୍କୁ ଟ୍ରାଫିକ୍ ପୋଲିସ୍ ଅଟକ ରଖି ଚାଲାଣ କାଟିଛନ୍ତି । ପନ୍ଧାନାର ଏହି ବିଧାୟକ ଗାଡି ନେମପ୍ଲେଟ ହଟାଇ ଚୌକିଦାର ପନ୍ଧାନା ନେମ୍ ପ୍ଲେଟ୍ ଲଗାଇଥିଲେ । ଆଚାର ସଂହିତା ଦେଖି ପୋଲିସ୍ ବିଧାୟକଙ୍କୁ ନେମ୍ ପ୍ଲେଟ୍ ହଟାଇବା ପାଇଁ କହିଥିଲେ ।
କିନ୍ତୁ ବିଧାୟକ ପୋଲିସ୍ କଥାକୁ ମାନି ନଥିବାରୁ ତାଙ୍କୁ ଚାଲାଣ କାଟିବାକୁ ପଡିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଚୌକିଦାର କ୍ୟାମ୍ପେନ୍ ପରଠାରୁ ବିଜେପିର ପ୍ରତିଟି ନେତା ନିଜ ନାଁ ଆଗରେ ଚୌକିଦାର ଶବ୍ଦଟିକୁ ଲଗାଇଛନ୍ତି । ପାର୍ଟି ଅଧ୍ୟକ୍ଷ ଅମିତ ଶାହା ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ନିଜ ନାଁ ଆଗରେ ଚୌକିଦାର ଶବ୍ଦ ଯୋଡି ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/ram-dangore.jpg)