କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକଙ୍କ ହୋହାଲ୍ଲା । ମଣ୍ଡିରୁ ତୁରନ୍ତ ଧାନ ନଉଠାଇଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସେହିପରି ବିଜେପିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । କଂଗ୍ରେସର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ । ମନ୍ତ୍ରୀ ବିବୃତି ଦିଅନ୍ତୁ ନଚେତ୍ ତାଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଅଡ଼ି ବସିଛନ୍ତି । ମଣ୍ଡି ସମସ୍ୟାକୁ ନେଇ ୧୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା । ଏପରିକି ଶୁନ୍ୟକାଳ ଚାଲିପାରିନଥିଲା ।