କମୁନି ରାହୁଲ ଗାନ୍ଧୀଙ୍କ ଅଡୁଆ । ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ।

156

କନକ ବ୍ୟୁରୋ: ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ । ଏହି ମାମଲାରେ ଏବେ ସୁପ୍ରିମ କୋର୍ଟରେ କ୍ୟାଭିଏଟ୍ ଦାଖଲ କରିଛନ୍ତି ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ । କୌଣସି ପକ୍ଷକୁ ନଶୁଣିବା ଯାଏଁ କୌଣସି ନିର୍ଦ୍ଦେଶାନାମା ଜାରି ନକରିବାକୁ ପୂର୍ଣ୍ଣେଶ ମୋଦୀ ତାଙ୍କ କ୍ୟାଭିଏଟରେ କହିଛନ୍ତି । ସୁପ୍ରିମକୋର୍ଟ ୱେବସାଇଟ୍ ଅନୁସାରେ, ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲାରେ ପୂର୍ଣ୍ଣେଶ ମୋଦୀ ଜୁଲାଇ ୭ ତାରିଖରେ କାଭିଏଟ୍ ଫାଇଲ୍ କରିଥିଲେ । ଗୁଜରାଟ ହାଇକୋର୍ଟ ଜୁଲାଇ ୬ ତାରିଖରେ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଥିଲେ । ଯାହାପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତଳ କୋର୍ଟଙ୍କ ଆଦେଶ କିମ୍ବା ରାୟକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତି କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ଆବେଦନ ଉପରେ ଯଦି କୌଣସି ଆଦେଶ ଦିଆଯାଏ, ତେବେ ଶୁଣାଣି କରିବାର ସୁଯୋଗ ପାଇଁ ଆବେଦନକାରୀ ଆପିଲେଟ୍ ଅଦାଲତରେ କ୍ୟାଭିଏଟ୍ ଦାଖଲ କରିଥାନ୍ତି ।