ବିଜେପି ବିଧାୟକ ମହନ୍ତ ବାଳମୁକୁନ୍ଦଙ୍କ ଭାଇରାଲ ଭିଡିଓ, ମୁସଲିମ ହୋଟେଲରେ ପଶି କର୍ମଚାରୀଙ୍କୁ ଧମକ

1,706

କନକ ବ୍ୟୁରୋ : ରାଜସ୍ଥାନରେ ବିଜେପି ବିଜୟୀ ହେବା ପରେ ଜୟପୁର ହବା ମହଲ ଆସନରୁ ବିଜେପି ଟିକେଟରୁ ବିଜୟୀ ହୋଇଥିବା ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ଆକ୍ସନ ମୋଡକୁ ଆସିଛନ୍ତି । ବିନା ପଞ୍ଜିକରଣରେ ଚାଲିଥିବା ଆମିଷ ଫୁଡ ଷ୍ଟଲ ଓ ହୋଟେଲଗୁଡିକୁ ବନ୍ଦ କରିବା ନେଇ ମୋର୍ଚ୍ଚା ଖୋଲିଛନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଆମିଷ ହୋଟେଲ ଓ ଫୁଡଷ୍ଟଲଗୁଡିକୁ ବନ୍ଦ କରିବା ନେଇ କାହାକୁ ଆଦେଶ ଦେଉଛନ୍ତି ।

ଆମିଷ ହୋଟେଲ ଗୁଡିକୁ ବନ୍ଦ କରିବା ନେଇ ଅଲ୍ଟିମେଟ ଦେବା ପରେ ବାଲମୁକୁନ୍ଦ ନିଜ ସମର୍ଥକଙ୍କ ସହ ଉପରକାଶୀ ଅଞ୍ଚଳରେ ଥିବା ଏମ୍ ଏମ୍ ଖାନ ନାମକ ଏକ ହୋଟେଲରେ ପହଂଚିଥିଲା । ସେଠାରେ ସେ ହୋଟେଲ ମାଲିକଙ୍କୁ ଲାଇସେନ୍ସ ମାଗିଥିଲେ । ହୋଟେଲ ମାଲିକ ଲାଇସେନ୍ସ ନଦେବାରୁ ବିଧାୟକ ବାବା କହିଥିଲେ କି ତୁମେ ଏହି ସ୍ଥାନକୁ କରାଚୀ କରିବାକୁ ଚାହୁଁଛ, ହେଲେ ବାବା ବବାଲ ଅଟନ୍ତି । ତେଣୁ ସାବଧାନ । ଏହାସହ ବିଧାୟକ ବାବା ହୋଟେଲ ଭିତରେ ପଶି କର୍ମଚାରୀଙ୍କୁ ଧମକ ଚମକ ଦେଇଛନ୍ତି ।

ହବାମହଲ ଆସନରୁ ବିଜେପି ଟିକେଟରୁ ବିଧାୟକ ଭାବେ ବିଜୟୀ ହେବା ପରେ ମହନ୍ତ ବାଳମୁକୁନ୍ଦ ଆକ୍ସନ ମୋଡକୁ ଆସିଛନ୍ତି । ସୋମବାର ଦିନ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ସେ ଅଧିକାରୀମାନଙ୍କୁ ରାସ୍ତାକଡରେ ଥିବା ଆମିଷ ଫୁଡଷ୍ଟଲ ଓ ଆମିଷ ହୋଟେଲଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିବାର ଦେଖିବାକୁ ମିଳିଛି ।