କନକ ବ୍ୟୁରୋ : ମୁକେଶ ମହାଲିଙ୍ଗଙ୍କ ଉପରେ ବିଧାନସଭାରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପିର ପ୍ରତିବାଦ । ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥରେ ଲୋକେ ରାସ୍ତାରୋକ କରିଛନ୍ତି । ଗତକାଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡ଼ିଥିବା ଅଭିଯୋଗ ହୋଇଛି । ଏହା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ବାଚସ୍ପତି ମୁକେଶ ମହାଲିଙ୍ଗ ଓ ମୋହନ ମାଝୀଙ୍କୁ ନିଲମ୍ବନ କରିଛନ୍ତି । ଯାହାକୁ ନେଇ ବିଜେପି ପକ୍ଷରୁ ବଲାଙ୍ଗୀରରେ ପ୍ରତିବାଦ କରାଯାଇଛି ।