କେନ୍ଦୁଝରରେ ବିଜେପି ବିଧାୟକଙ୍କ ଗାଡି ଉପରକୁ ବୋମାମାଡ । ବାଇକରେ ଆସି ୨ ଦୁର୍ବୃତ୍ତ ବୋମାମାଡ କରିଥିବା ସୂଚନା ।

128

କନକ ବ୍ୟୁରୋ: ବିଧାୟକଙ୍କ ଗାଡି ଉପରକୁ ବୋମାମାଡ । ରବିବାର କେନ୍ଦୁଝରରେ ବିଜେପି ବିଧାୟକଙ୍କ ଗାଡି ଉପରକୁ ହୋଇଛି ବୋମାମାଡ । ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ଏହି ବୋମାମାଡ ହୋଇଛି । ତେବେ ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମାମାଡ କରିଥିଲେ । ଏହି ଘଟଣା ପରେ ବିଧାୟକ ସୁରକ୍ଷିତ ଥିଲେ ମଧ୍ୟ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଟାଉନ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।