କନକ ବ୍ୟୁରୋ: ବିଧାୟକଙ୍କ ଗାଡି ଉପରକୁ ବୋମାମାଡ । ରବିବାର କେନ୍ଦୁଝରରେ ବିଜେପି ବିଧାୟକଙ୍କ ଗାଡି ଉପରକୁ ହୋଇଛି ବୋମାମାଡ । ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ଏହି ବୋମାମାଡ ହୋଇଛି । ତେବେ ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମାମାଡ କରିଥିଲେ । ଏହି ଘଟଣା ପରେ ବିଧାୟକ ସୁରକ୍ଷିତ ଥିଲେ ମଧ୍ୟ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଟାଉନ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।
କେନ୍ଦୁଝରରେ ବିଧାୟକଙ୍କ ଗାଡି ଉପରକୁ ବୋମାମାଡ
ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ
ବୈଠକ ସାରି ଫେରୁଥିବାବେଳେ ମଣ୍ଡୁଆ ନିକଟରେ ବୋମାମାଡ
ବାଇକରେ ଆସି ୨ ଦୁର୍ବୃତ୍ତ ବୋମାମାଡ କରିଥିବା ସୂଚନା
ବିଧାୟକ ସୁରକ୍ଷିତ, ଗାଡି ସାମାନ୍ୟ କ୍ଷତି ହୋଇଥିବା ସୂଚନା
ଟାଉନ ଥାନାରେ ଅଭିଯୋଗ ପରେ ପୁଲିସର ତନାଘନା#KanakNewspic.twitter.com/yS0DfrcOee— Kanak News (@kanak_news) October 10, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/6-12.jpg)