୧୧୦୦ ଶହିଦଙ୍କ ସମ୍ମାନରେ ୨୦ କୋଟି ଖର୍ଚ୍ଚ କରିବେ ବିଜେପି ବିଧାୟକ ! ସ୍ଥାପିତ ହେବ ୧୧୦୦ ଶହିଦଙ୍କ ପ୍ରତିମୂର୍ତ୍ତି ।

49

ରାଜସ୍ଥାନର ବିଜେପି ବିଧାୟକ ପ୍ରେମ ସିଂହ ବାଜୋର ରାଜ୍ୟର ୧୧୦୦ ରୁ ଅଧିକ ଶହିଦଙ୍କ ପ୍ରତିମୂର୍ତ୍ତି ତାଙ୍କ ଗାଁରେ ସ୍ଥାପିତ କରିବାକୁ ନିଷ୍ପତ୍ତି କରିଛନ୍ତି । ଏହି ପ୍ରତିମୂର୍ତ୍ତି ସ୍ଥାପିତ କରିବା ପାଇଁ ଖର୍ଚ୍ଚ ହେବାକୁ ଯାଉଥିବା ୨୦ କୋଟି ଟଙ୍କା ବିଧାୟକ ନିଜେ ବହନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଧାୟକ ପ୍ରେମ ସିଂହ ବାଜୋର ରାଜସ୍ଥାନ ସରକାରଙ୍କ ସୈନିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରୂପେ ମଧ୍ୟ ନିଜ କାର୍ଯ୍ୟ ତୁଲାଉଛନ୍ତି । ଶହିଦଙ୍କ ସ୍ମୃତି ସକାଶେ ପ୍ରସ୍ତୁତ ହେଉଥିବା ପ୍ରତିମୂର୍ତ୍ତି ପାଇଁ ସରକାର ସଂଶୋଧନରୁ ବିଳମ୍ବ ହେଉଥିବା ଦେଖି ବିଧାୟକ ନିଜେ ଏହାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଆଗେଇ ଆସିଛନ୍ତି ।
ବାଜୋରଙ୍କ କହିବାନୁସାରେ ସେନାର ଅଧିକ ଜବାନ୍ ରାଜସ୍ଥାନରୁ ସଂପର୍କ ରଖନ୍ତି । ରାଜସ୍ଥାନର ସୈନିକମାନେ ଦେଶର ସମ୍ମାନକୁ ବଜାଇ ରଖିବାରେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଛନ୍ତି । ତାଙ୍କ ମତରେ ଯୁବଗୋଷ୍ଠୀଙ୍କୁ ଆଗକୁ ବଢାଇବା ପାଇଁ ହେଲେ ସରକାରଙ୍କ ତରଫରୁ ତାଙ୍କୁ ସବୁ ସୁବିଧା ଏବଂ ପ୍ରୋତ୍ସାହନ ଦେବା ଆବଶ୍ୟକ । ସେ ସ୍ୱୟଂ ଯୁବଗୋଷ୍ଠୀଙ୍କୁ ସେନାରେ ମିଶିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ।