ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧ ସଦର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲେ ଶହ ଶହ ବିଜେପି କର୍ମୀ

298

କନକ ବ୍ୟୁରୋ : ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା କୁସୁମ ଟେଟେ । ସାରା ରାଜ୍ୟରେ ବ୍ଲକ , ମୁନସିପାଲିଟି ଓ ଏନଏସି ଘେରାଉ କରିଛି ବିଜେପି । ସଦର ବ୍ଲକ କାର୍ଯ୍ୟାଳୟକୁ ଆଜି ଘେରାଉ କରିଥିଲେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ । ନିର୍ବାଚନ ପୂର୍ବରୁ କୁସୁମ ତାଙ୍କ ଶକ୍ତି ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି । ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ସମାବେଶ ଆୟୋଜନ କରାଯାଇଥିଲା । ସିଧାସଳଖ କୁସୁମ ଟେଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆବାସ ଯୋଜନା ହେଉକି ଚାଉଳ ହେଉ ସବୁଥିରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ଠକି ର୍ଦୁନୀତି କରିଥିବା କହିଛନ୍ତି କୁସୁମ ଟେଟେ ।