ବର୍ଷା-ଅନୁଭବ ବିବାଦ ପ୍ରସଙ୍ଗରେ ଅନୁଭବଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟିକା କୁସୁମ ଟେଟେ । କହିଲେ, ଅନୁଭବଙ୍କ ରିଲ୍ ଲାଇଫ୍ ଓ ରିୟଲ ଲାଇଫ୍ ଭିନ୍ନ ।

594

କନକ ବ୍ୟୁରୋ: ଓଲିଉଡ୍ ଯୋଡି ଅନୁଭବ ଓ ବର୍ଷା ପାରିବାରିକ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ, ଏବେ ଏହି ବିବାଦ ଭିତରେ ପସିଛନ୍ତି ବିଜେପି ନେତ୍ରୀ ତଥା ବିଧାୟିକା କୁସୁମ ଟେଟେ । ସିଧାସଳଖ ସାଂସଦ ତଥା ଅଭିନେତା ଅନୁଭବଙ୍କୁ ବିଜେପି ବିଧାୟିକା ଟାର୍ଗେଟ କରିବା ସହିତ ତାଙ୍କ ରିଲ୍ ଲାଇଫ୍ ଓ ରିୟଲ ଲାଇଫ୍ ଦୁଇଟା ଭିନ୍ନ ବୋଲି ସେ କହିଛନ୍ତି ।

ଅନୁଭବ- ବର୍ଷା ବିବାଦ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟିକା କୁସୁମ ଟେଟେ କହିଛନ୍ତି, ବହୁଦିନ ଧରି ତାଙ୍କ ବିବାଦ ଚାଲିଛି । ତାଙ୍କ ପରିବାର ଭିତରେ କଣ ଚାଲିଛି ଆମେ ଜାଣିପାରୁନୁ । କାହା କଥା ସତ କାହା କଥା ମିଛ ଜଣାପଡୁନି ବୋଲି ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ଅନୁଭବଙ୍କୁ ଟାର୍ଗେଟ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁଭବଙ୍କ ରିଲ୍ ଲାଇଫ୍ ଓ ରିୟଲ ଲାଇଫ୍ ଦୁଇଟା ଯାକ ଭିନ୍ନ । ପ୍ରଥମେ ସେ ମହିଳାଙ୍କୁ ସମ୍ମାନ ଦେବା ଶିଖନ୍ତୁ ବୋଲି କୁସୁମ ଟେଟେ କହିଛନ୍ତି । ଅନ୍ୟପଟେ ବିଜେଡି କେବଳ ମାଙ୍କୁ ସମ୍ମାନର କଥା କୁହେ । ହେଲେ ତାଙ୍କ ନିଜ ନେତାଙ୍କ ଘରେ ଘଟୁଥିବା କଥା ହିଁ ପ୍ରମାଣ ଦେଉଛି ମାଙ୍କୁ କିପରି ସମ୍ମାନ ଦିଆଯାଉଛି ।

କେବଳ ଏହି ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ବିଜେଡି ନେତାଙ୍କ ଘରୁ ଏମିତି ଅଭିଯୋଗ ଆସିଛି । ସେମାନଙ୍କର ବୋହୂଠୁ ନେଇ ଘରେ କାମ କରୁଥିବା ଚାକରାଣୀ ଏମିତି ଅନେକ ଅଭିଯୋଗ ଆଣିଛନ୍ତି । ସେମାନଙ୍କର ନେତା ମାଙ୍କୁ ସମ୍ମାନ କେବଳ ମୁହଁରେ କୁହନ୍ତି ମାତ୍ର ବାସ୍ତବରେ କେବେ ପାଳନ କରନ୍ତିନି ବୋଲି କୁସୁମ ଟେଟେ କହିଛନ୍ତି ।