ରାସ୍ତାରେ ଥିବା ସବୁ ନନଭେଜ୍ ଷ୍ଟଲକୁ ହଟାଅ । ଆସୁ ଆସୁ ଆକ୍ସନ ମୋଡରେ ବିଜେପି ବିଧାୟକ ବାଲମୁକୁନ୍ଦ

486

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଛି । ସରକାର ଗଢିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ନବିତୁଣୁ ଆକ୍ସନ ମୋଡକୁ ଆସିଯାଇଛନ୍ତି ନବନିର୍ବାଚିତ ବିଧାୟକ ବାଲମୁକୁନ୍ଦ ।

ବିଜେପି ବିଧାୟକ ବାଲମୁକୁନ୍ଦ ଜଣେ ସରକାରୀ ଅଧିକାରୀଙ୍କୁ ଫୋନ୍ କରି ରାସ୍ତା କଡରେ ଥିବା ସମସ୍ତ ନନଭେଜ୍ ଷ୍ଟଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଂଧ୍ୟା ସୁଦ୍ଧା ରାସ୍ତା କଡରେ ଥିବା ସମସ୍ତ ନିରାମିଶ ଫାଷ୍ଟଫୁଡ୍ ଦେକାନକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବା ପାଇଁ ମଧ୍ୟ କହିଛନ୍ତି ।

ତେବେ ବାଲମୁକୁନ୍ଦଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ରଡା ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ୍ ଓୱେଶୀ । ସେ କହିଛନ୍ତି, ଏପରି କରିବା ସମ୍ପୁର୍ଣ୍ଣ ଭୁଲ୍ । କେହିବି ଏହାକୁ ରୋକିପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନନଭେଜ୍ ଷ୍ଟଲ ଲଗାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ କେମିତି ରୋକିବେ । ଏହା ଆଦ୍ୱଂ ଠିକ୍ ନୁହେଁ