କନକ ବ୍ୟୁରୋ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ବିବାହ କରିଛନ୍ତି । ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରିଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ପିିପିଲର ହୋଟେଲ ଆଭେଞ୍ଚରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ସମ୍ପର୍କୀୟ ଓ ଅତି ପାଖ ଲୋକ । ତେବେ ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଉ ନାହିଁ । ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ଛଡାଯାଇଛି ।
କିଛି ଦିନ ହେଲା, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉ୍ଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି । ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ଦିବ୍ୟଶଙ୍କର ପୁଅ ଅଛି । ସେ ବାହାରେ ପାଠ ପଢ଼ୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/02/WhatsApp-Image-2023-02-26-at-3.23.40-PM-1-copy.jpg)