କନକ ବ୍ୟୁରୋ: ପ୍ରଚାର ବେଳେ ହଟହଟା ହେଲେ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଗତ ନିର୍ବାଚନ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ ପ୍ରଶ୍ନବାଣରେ ପୋତିପକାଇଲେ ପଦ୍ମପୁର ବ୍ଲକ ବୁଡାମାଲ ପଂଚାୟତ ଗୁଠୁଲ ଗ୍ରାମର ଲୋକ । ପରିସ୍ଥିତି ଏପରି ହୋଇଥିଲା ଯେ ମିଟିଂ ଛାଡି ଅଧାରୁ ଛାଡି ଚାଲି ଆସିଥିଲେ ପ୍ରଦୀପ ପୁରୋହିତ ।
ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁଯାୟୀ ୨୦୧୪ ନିର୍ବାଚନ ସମୟରେ ବିଜୟୀ ହେଲେ ଏହି ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଦୀପ । କିନ୍ତୁ ଏହା ପୂରଣ ହୋଇନଥିବାରୁ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା ।
Follow Us
/kanak/media/post_attachments/wp-content/uploads/2019/04/vlcsnap-2019-04-09-12h17m17s283-300x165.png)