ପ୍ରଚାର ପୂର୍ବରୁ ଇଷ୍ଟଦେବୀଙ୍କୁ ପୂଜା କଲେ ପ୍ରାର୍ଥୀ । ଧନୁତୀର ଧରି ନିର୍ବାଚନ ମଇଦାନକୁ ଓହ୍ଲାଇଲେ ପଦ୍ମପୁରର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ।

72

କନକ ବ୍ୟୁରୋ: ହାତରେ ଧନୁସର ମୁଣ୍ଡରେ ପଗଡି ବାନ୍ଧି ପ୍ରଚାର । ଆଦିବାସୀ ପରମ୍ପରା ଅନୁସାରେ ନିଜର ଇଷ୍ଟଦେବୀଙ୍କୁ ପୂଜା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ନ୍ଧନ ଭୁଏ ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁରରେ ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏଙ୍କୁ ପ୍ରାର୍ଥୀ କରାଯାଇଛି । ଗୋବର୍ଦ୍ଧନ ଭୁଏ ଅଂଚଳର ଆଦିବାସୀ ମାନଙ୍କ ହକ ଅଧିକାର ପାଇଁ ସଦା ସର୍ବଦା ଲଢେଇ କରି ଆସୁଛନ୍ତି । ଆଜି ଗୋବର୍ଦ୍ଧନ ଭୁଏ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦହିତା ଠାରେ ଅନୁଷ୍ଠିତ ବିଂଝାଲ ସମାଜର ଇଷ୍ଟଦେବୀ ମାଁ ବିନ୍ଧ୍ୟବାସିନୀଙ୍କ ପୂଜା ଅବସରରେ ଆଶିର୍ବାଦ ଭିକ୍ଷା କରି ନିଜର ହଜାର ହଜାର ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିଛନ୍ତି । ଏହାପରେ ସେ ପାଇକମାଳ ବ୍ଲକ୍ ଭୁଲିଆବନ୍ଧ ଠାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ କହି ଭୋଟ ଭିକ୍ଷା କରିଛନ୍ତି ।

ବୋରିଗୁମ୍ମା ବ୍ଳକର ମା ଭଗବତି ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ଜୟପୁର ନିର୍ବାଚନ ମଣ୍ଡଳିର ବିଜେଡ଼ି ପ୍ରାର୍ଥୀ ଡ଼କ୍ଟର ଇନ୍ଦିରା ନନ୍ଦ । । ସାଥିରେ ଥିଲେ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା । ପ୍ରଥମ ଥର ଜଣେ ମହିଳା ପ୍ରାର୍ଥୀ ଜୟପୁର ନିର୍ବାଚନ ମଣ୍ଡଳିରେ ରାଜନୀତି ମହଲରେ ପ୍ରତି୍ଦ୍ୱନ୍ଦିତା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଏହି ନିର୍ବାଚନ ୨ ପୁରୁଷ ପ୍ରାର୍ଥୀ କଂଗ୍ରେସର ତାରା ବାହିନିପତି ଓ ବିଜେପିର ଗୌତମ ସାମନ୍ତରାୟଙ୍କୁ ଦେବେ ଟକ୍କର । ସେହିପରି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, କଂଗ୍ରେସର ସପ୍ତଗିରି ଉଲାକା ଓ ବିଜେପିର କାଳିରାମ ମାଝିଙ୍କୁ ମଧ୍ୟରେ ହେଉଛି ଲଢେଇ । ଜୟପୁର ବିଧାୟକ ପ୍ରାର୍ଥୀ ଡ଼କ୍ଟର ଇନ୍ଦିରା ନନ୍ଦ ପୁର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ପତ୍ନୀ ରହିଥିବା ବେଳେ ପୁର୍ବରୁ ସେ କୋରାପୁଟ ସେଟ୍ରାଂଲ କୋପରେଟିଭ ବ୍ୟାଙ୍କର ଅଧକ୍ଷ୍ୟା ରହିଥିଲେ । ସେହିପରି କୌଶଲ୍ୟା ହିକକା ପୁର୍ବତନ କୋରାପୁଟ ସାସଂଦ ଝିହ୍ନ ହିକକାଙ୍କ ପତ୍ନୀ । ଗତ ନିର୍ବାଚନରେ ମଧ୍ୟ ସେ ପ୍ରତିଦ୍ୱନ୍ଦିତା କରିଥିଲେ । ଉଭୟ ମହିଳା ପ୍ରାର୍ଥି ଏବେ ନିଜ ନିଜ ଭାଗ୍ୟ ପରିକ୍ଷା କରୁଛନ୍ତି ।