ସାରଥୀଙ୍କ ସପକ୍ଷରେ ବିଜେପି ବିଧାୟକ । କହିଲେ, ଦସ୍ୟୁ ରତ୍ନାକର ବି ପାଲଟିଥିଲେ ବାଲ୍ମିକୀ, ସାମାଜିକ କାମରେ ରହିଛି ସାରଥୀ ଅବଦାନ 

211

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବା ସାରଥି । ସାରଥି ବାବାଙ୍କୁ ବିଜେପି ବିଧାୟକଙ୍କ ପ୍ରଶଂସା । ମୟୂରଭଞ୍ଜ ଉଦଳା ସାରଥି ପରିବାର ପକ୍ଷରୁ ଚାଲିଥିବା ଏକ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଭାସ୍କର ମଢେଇ ଯୋଗଦେଇଥିଲେ ଏବଂ ଏହି ଅବସରରେ ଆତ୍ମଘୋଷିତ ସାରଥି ବାବାଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ । ସାରଥି ବାବାଙ୍କ ପ୍ରଶଂସା କରିବା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ କହିଛନ୍ତି, ଚନ୍ଦ୍ରମାରେ ବି କଳଙ୍କ ରହିଛି, ତାଙ୍କ କ୍ଷେତ୍ରରେ ବି ସେଇଆ ହୋଇଛି । ବଡ଼କଥା ହେଉଛି ବିଜେପି ବିଧାୟକ କହିଛନ୍ତି  ଦସ୍ୟୁ ରତ୍ନାକର ବି ପାଲଟିଥିଲେ ବାଲ୍ମିକୀ । ଏପରିକି ସାମାଜିକ କାମରେ ସାରଥୀଙ୍କ ଅବଦାନ ରହିଛି । ତାଙ୍କର ହଜାର ହଜାର ଭକ୍ତ ରହିଛନ୍ତି, ତେଣୁ ସେମାନଙ୍କୁ ନିରାଶ ନକରି ତାଙ୍କ ଆଶ୍ରମ ଖୋଲାଯିବାର ଆବଶ୍ୟକତା ରହିଛି ବୋଲି ବିଜେପି ବିଧାୟକ ଭାସ୍କର ମଢେଇ କହିଛନ୍ତି ।